ମୋ ଟିଭି ଓଡିଶା / ଭୁବନେଶ୍ୱର : ୨୪/୦୮
ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ମାନଙ୍କରେ ବୈଦିକ ଶ୍ରାବଣୀ ଉପାକର୍ମ ପର୍ବ ସାରା ଓଡ଼ିଶାରେ ଚାଲିଥିବାବେଳେ, ଶନିବାର ପୂର୍ବାହ୍ନରେ ଶହୀଦନଗର ଆର୍ଯ୍ୟସମାଜ ସଭା ମଣ୍ଡପ ଠାରେ ଶ୍ରାବଣୀ ପର୍ବର ଷଷ୍ଠ ଦିବସରେ ପୌରହିତ କରି ଭାରତବର୍ଷର ପ୍ରଖ୍ୟାତ ବୈଦିକ ବିଦ୍ୱାନ ଡ଼ଃ ଇଞ୍ଜିନିଅର ପ୍ରିୟବ୍ରତ ଦାସ କହିଲେ ଯେ ” ବେଦ ” ଅପ୍ୟୁରେତେୟ, ଏହା ସ୍ୱୟଂ ପରମାତ୍ମାଙ୍କ ବାଣୀ l ଏହା ବିଶ୍ୱର ପ୍ରତ୍ୟେକ ଜୀବ ଜଗତର କଲ୍ୟାଣ ପାଇଁ ଉଦ୍ଧିଷ୍ଟ l
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ଯ୍ୟ ସମାଜ ଓଡ଼ିଶାର ଅଧକ୍ଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଭଗବାନ ତଥାଗତ ବୁଦ୍ଧଙ୍କ ଜନ୍ମର ତିନି ଶହ ବର୍ଷ ପରେ ଆଚାର୍ଯ୍ୟ ଶଙ୍କରଙ୍କର ପ୍ରକଟ ହେବାପରେ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ତାଙ୍କର ୩୨ ବର୍ଷ ଜୀବନକାଳ ଥିଲା ଭାରତ ବର୍ଷ ପାଇଁ ଆଶୀର୍ବାଦ ର ବର୍ଷ l କିନ୍ତୁ ଆଚାର୍ଯ୍ୟ ଶଙ୍କର ବେଦର ବାଣୀକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା ପରିବର୍ତ୍ତେ ସେ ପ୍ରସ୍ଥାନତୁଇ, ଗୀତା ବ୍ରହ୍ମହସୁତ୍ର ଓ ଉପନିଷଦ ଉପରେ ଗୁରୁତ୍ୱ ଦେଲେ l କିନ୍ତୁ ୨୦୦ ବର୍ଷ ତଳେ ମହର୍ଷି ଦୟାନନ୍ଦଙ୍କ ଆବିର୍ଭାବ ହେବା ପରେ ସେ ହିଁ ଗୁରୁ ଗିରଜା ନନ୍ଦଙ୍କ ଠାରୁ ବେଦଜ୍ଞାନ ପ୍ରାପ୍ତ ହୋଇ ବେଦକୁ ସାଧାରଣ ଜନତାଙ୍କ ବୁଝିବା ଭାଷାରେ ବେଦଭାଷ୍ୟ କଲେ l ଯାହା ବର୍ତ୍ତମାନ ସୁଦ୍ଧା ଭାରତ ବର୍ଷରେ ସର୍ବମାନ୍ୟ ହୋଇରହିଛି l ଏହି ଅବସରରେ ଡ଼ଃ ଜ୍ଞାନେନ୍ଦ୍ରଙ୍କୁ ବିଶିଷ୍ଟ ବୈଦିକ ବିଦ୍ୱାନ ଡ଼ଃ ଇଞ୍ଜିନିଅର ପ୍ରିୟବ୍ରତ ଦାସ ଉତ୍ତରୀୟ ଦେଇ ସମ୍ବୋଧିତ କରିଥିଲେ l
ଅନ୍ୟତମ ଅତିଥି ଗାୟକ ଆଲ୍ହାଦ ସୁରେନ୍ଦ୍ରନାଥ ଛୋଟରାୟ ଆଜିର ସମାଜରେ ଶିକ୍ଷିତ ମଣିଷଙ୍କ ଭିତରେ ଚାଲିଥିବା କୁସଂସ୍କାର ର ନମୁନା ଦେଇଥିଲେ l ସେ ଆହୁରି କହିଲେ ଯେ ବେଦ ଜ୍ଞାନ ବିଜ୍ଞାନର ଗ୍ରନ୍ଥ l ପ୍ରତ୍ୟେକ ବ୍ୟକ୍ତି ନିଜର କଲ୍ୟାଣ ଓ ବିଶ୍ୱର କଲ୍ୟାଣ ପାଇଁ ଏହା ଅଧ୍ୟୟନ କରିବା ଉଚିତ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ବୀରେନ୍ଦ୍ର କୁମାର କର ସ୍ୱାଗତ ଭାଷଣ ଓ ସୁନୀଲ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ l ଗୁରୁକୁଳ ଆମସେନାର ବ୍ରହ୍ମହଚାରୀମାନେ ଭଜନ ଓ ଶାନ୍ତି ପାଠ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟ ସମାଜ ଶହୀଦନଗର ର ବରିଷ୍ଠ ସଦସ୍ୟ ସୁଧାକର ପତ୍ରି, ଅନିରୁଦ୍ଧ ପଟ୍ଟନାୟକ, ଶ୍ରୀମତୀ ସୁପ୍ରିୟା ରଥ, ଜୟନ୍ତ ଦେ, ସିଦ୍ଧାର୍ଥ ରଥ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ l ଏହି ଶ୍ରାବଣୀ ପର୍ବ ଆସନ୍ତା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ରେ ଉଦଯାପିତ ହେବ ବୋଲି ଉପସଭାପତି ଇଞ୍ଜିନିଅର ବ୍ରଜବନ୍ଧୁ ପଣ୍ଡା ଜଣାଇଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।