MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ୩୦ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା


କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ବିଭିନ୍ନ ଗାଁରେ ସରକାରଙ୍କ ଯୋଜନା ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। କେଉଁଠି କାଗଜ ପତ୍ରର ତ୍ରୁଟି ତ କେଉଁଠି ଜାଣି ଶୁଣି ଭୁଲ ତଥ୍ୟ ଦ୍ୱାରା ଲୋକଙ୍କ ପାଖରେ ଯୋଜନା ପହଞ୍ଚି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ଜାମପଖାଳ ଗାଁରେ ୭୪ ବର୍ଷୀୟ ବୃଦ୍ଧ ସୁଦାବନ ପ୍ରଧାନଙ୍କ କ୍ଷେତ୍ରରେ । ସୁଦାବନ ଗତ ସେପ୍ଟେମ୍ବର ମାସ ୧୫/୯/୨୦୨୧ ତାରିଖରେ ଶେଷ ଥର ଭତ୍ତା ଟଙ୍କା ପାଇଥିଲେ ତାପରେ ଏବେ ପର୍ଯ୍ୟନ୍ତ ଦୀର୍ଘ ୩୦ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭତ୍ତା ମିଳୁନଥିବା ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅସହାୟ ସୁଦାବନ । ବର୍ତମାନ ସୁଦାବନ ନିଜେ ଚାଲି ପାରୁନଥିବା ବେଳେ ବଡ଼ କଷ୍ଟରେ ବାଡ଼ି ଧରି ଅସହାୟ ଅବସ୍ଥାରେ ପଡି ରହିଛନ୍ତି। ପରିବାରରେ ବହୁତ ଅସୁବିଧାରେ ଚଳୁଥିଲେ ମଧ୍ୟ କେହି ତାଙ୍କ କଥା ବୁଝୁ ନଥିବା କହିଛନ୍ତି ସୁଦାବନ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟକାରୀ କରିବାକୁ ଦାବୀ ହୋଇଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।