MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଘୁମୁରା ରେ ଦୁଲୁକିଲା ବୁଢ଼ାରଜା ସାଂସ୍କୃତିକ ମଞ୍ଚ, ରାତିସାରା ବିଭୋର ହେଲେ ଦର୍ଶକ।

ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ଉପଲକ୍ଷେ ଶନିବାର ରାତିରେ ଆମପାଣି ବୁଢ଼ାରଜା ସାଂସ୍କୃତିକ ମଞ୍ଚ ରେ ଦଶରା ୨୪ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।


କଳାହାଣ୍ଡି ( ମୋ ଟିଭି ଓଡିଶା ) :୨୦/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ


ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ଉପଲକ୍ଷେ ଶନିବାର ରାତିରେ ଆମପାଣି ବୁଢ଼ାରଜା ସାଂସ୍କୃତିକ ମଞ୍ଚ ରେ ଦଶରା ୨୪ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବୁଢ଼ାରଜା ଦଶରା କମିଟି ର ସଭାପତି କୁମୁଦ ଚନ୍ଦ୍ର ପୁଝାରି ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଗବେଷକ ଡ଼. ପରମେଶ୍ବର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ଆଦିବାସୀ ଯୁବନେତା ଋତୁରାଜ ମାଝୀ, ତିଲୋତ୍ତମା ନାଏକ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ବୁଢ଼ାରଜା ଙ୍କ ଦଶରା ଆସ୍ଥା ଓ ବିଶ୍ୱାସ ର ପର୍ବ ବ୍ୟତୀତ ଅଞ୍ଚଳ ରେ ଭାଇଚାରା ର ନିଦର୍ଶନ ର ଏକ ପ୍ରମୁଖ ଉତ୍ସବ ବୋଳି ମତ ଦେଇଥିଲେ।

ଏହି ଅବସରରେ ଅଧ୍ୟାପକ, ଲେଖକ, ସ୍ତମ୍ଭକାର, ଉଦଘୋଷକ ଭାବେ ସୁନାମ ଅର୍ଜନ କରିଥିବା ମୋହନ ଚରଣ ବିଶି ଙ୍କୁ ଉପଢୌକନ ମାନପତ୍ର ସହ ସମ୍ବର୍ଦ୍ଧନା ସହ ଅଞ୍ଚଳ ର କଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଟ ଓ ଘୁମୁରା ଗୁରୁ ବବୃ ବାହନ ପୁରୋହିତ, ପ୍ରଦ୍ୟୁମ୍ନ ଶବର, ଲୋକ କଳାକାର ରାଜ କିଶୋର ପଟେଲ, ଦୋଳ ଗୋବିନ୍ଦ ପୁଝାରି ଓ ଯୁବ ଆଇନଜୀବୀ, ପୂର୍ବତନ ସାମ୍ବାଦିକା ପ୍ରିୟଦର୍ଶିନୀ ନାଏକ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ ବୁଢ଼ାରଜା ସାଂସ୍କୃତିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମଞ୍ଚ ପରିଚାଳନା ରେ ଜିତେନ୍ଦ୍ର ପଣ୍ଡା ସହଯୋଗ କରିଥିଲେ। ପରେ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବୁଢାରଜା ପୁଜା କମିଟି ର ସମ୍ପାଦକ ନକୁଳ ବାଣୁଆ, ସହ ସଂପାଦକ ସନ୍ତୋଷ ମାଝୀ କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ମନୋରଞ୍ଜନ ବାଣୁଆ ପ୍ରମୂଖ କମିଟିର ଶତାଧିକ କର୍ମକର୍ତ୍ତା ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।