ସୋର ବ୍ଲକ ମୁଳିଶିଂ ପଞ୍ଚାୟତ ଶ୍ରୀରାମପୁର ଗ୍ରାମରେ ବିଲରେ ଏକ ଧାନକଟା ମେସିନକୁ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇ ପୋଡି ଦେଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମୁଳିଶିଂ ଗ୍ରାମର ସୁଜାତା ମହାଳିକଙ୍କ ଧାନ କଟା ମେସିନ ଗତକାଲି ରାତିରେ ଏହି ଗ୍ରାମର ବିଲରେ ଧାନ କାଟି ସାରିବା ପରେ ଚାଳକ ମେସିନକୁ ବିଲରେ ରଖି ଘରକୁ ଫେରିଥିଲେ। ଆଜି ସକାଳେ ସେହି ଗ୍ରାମର ଜଣେ ବ୍ୟକ୍ତି ଧାନକଟା ମେସିନଟି ଜଳୁଥିବାର ଦେଖି ସୁଜାତାଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କୁ ଫୋନ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗର ଏକ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏ ବାବଦରେ ଜିତେନ୍ଦ୍ର ଆଜି ସନ୍ଧ୍ୟାରେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମୋ ଟିଭି ଓଡିଶା, ସୋର
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।