ମୋ ଟିଭି ଓଡିଶା / ଭୁବନେଶ୍ୱର : ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨୨ରୁ ଇ-କେଓ୍ବାଇସି ଚାଲିଛି,ଏହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରବାସୀମାନେ ଆସିବା ଦରକାର ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଇ-କେଓ୍ବାଇସି କରିପାରିବେ। ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍ ଦେଇପାରିବେ। ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୬-୧୭ରୁ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଶନକାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଆଧାର କରି ୧୬,୨୭,୯୨୦ ଜଣଙ୍କ ନାଁକୁ ହଟାଇ ଦେଇଛନ୍ତି। ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇ ନାହାନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି। ରାଜ୍ୟ ସରକାର ନିକଟରେ ରାଶନକାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କେଓ୍ବାଇସି ଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।