February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନେପାଳରେ ଭୂକମ୍ପ, ଥରିଲା ଉତ୍ତର ଭାରତ ।

ନେପାଳରେ ଭୂକମ୍ପ, ଥରିଲା ଉତ୍ତର ଭାରତ । ନେପାଳ, ଚୀନ ସହ ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଅନୁଭୂତି । ନେପାଳରେ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଥିଲା । ଏହାର କମ୍ପନ ୟୁପି, ବିହାରରୁ ଦିଲ୍ଲୀ ପର୍ୟ୍ୟନ୍ତ ଅନୁଭୂତ ହୋଇଥିଲା । ନେପାଳ ଲୋବୁଚେ ଭୂକମ୍ପର କେନ୍ଦ୍ରସ୍ଥଳ । ଏହି ଭୂକମ୍ପରେ ପାଖାପାଖି ୫୩ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଜଣାପଡିଛି । ପଶ୍ଚିମବଙ୍ଗର ସିଲିଗୁରିରେ ମଧ୍ୟ ସକାଳ ୬.୩୭ ରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା ଯାହା ପ୍ରାୟ ୧୫ ସେକେଣ୍ଡ ପର୍ୟ୍ୟନ୍ତ ଚାଲିଥିଲା। ଏହା ବ୍ୟତୀତ ଜଲପାଇଗୁରିରେ ସକାଳ ୬.୩୫ରେ ଏବଂ କିଛି ସମୟ ପରେ କୁଚବେହେରରେ କମ୍ପନ ଅନୁଭୂତ ହୋଇଥିଲା। ବିହାରରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ମାପ କରାଯାଇଥିଲା। ସକାଳ ୬.୪୦ରେ ସାମସ୍ତିପୁର, ମୋତିହାରୀ ସମେତ ଅନେକ ଅଞ୍ଚଳରେ ଭୂକମ୍ପ ଘଟିଥିଲା। ସୂଚନାନୁସାରେ, ପୃଥିବୀ ପ୍ରାୟ ୫ ସେକେଣ୍ଡ ପର୍ୟ୍ୟନ୍ତ କମ୍ପୁଥିଲା। ନେପାଳରେ ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ତିବ୍ଦତର ନେପାଳ-ଚାଇନା ସୀମାରେ ଥିବା ଡିଙ୍ଗେ କାନ୍ତିରେ ହୋଇଛି ବୋଲି ଏହା ନିଶ୍ଚିତ ହୋଇଛି।

ମୋ ଟିଭି ଓଡିଶା ଡେସ୍କ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।