November 1, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ବତଟ ରେଳପଥର ସତର୍କତା ସପ୍ତାହ – ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ

ଏହି କାର୍ଯ୍ୟକ୍ରମରେ ଇସ୍ପାତ କାରଖାନା, ବନ୍ଦର ଏବଂ ବ୍ୟାଙ୍କିଙ୍ଗ୍ ଭଳି ଶିଳ୍ପ ସଂସ୍ଥା ମାନଙ୍କ ସହିତ କଣ୍ଟ୍ରାକ୍ଟର ଏବଂ ଯୋଗାଣକାରୀ ଏବଂ ବିଭିନ୍ନ ହିତାଧିକାରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ
Advertisement

ଭୁବନେଶ୍ୱର, 31.10.2024 _

Advertisement

ପୂର୍ବତଟ ରେଳପଥ ଏହାର ସମସ୍ତ ଭାଗିଦାରୀ, ହିତାଧିକାରୀ ଏବଂ ଯୋଗାଣକାରୀଙ୍କ ସହିତ ଏକ କଥୋପକଥନ ଅଧିବେଶନ ଆୟୋଜନ କରିଛି ଯାହାଦ୍ୱାରା ଗ୍ରାହକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆଣିବା ସହ ଉଭୟ ରେଳବାଇ ଏବଂ ଶିଳ୍ପର ପ୍ରଗତିରେ ତଥା ଅଭିବୃଦ୍ଧିରେ ସାହାଯ୍ୟ କରିବା ସହିତ ସେମାନଙ୍କର ମତାମତ, ଅଭିଯୋଗର ସମାଧାନ ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ଯାହାକି ଉଭୟ ରେଳବାଇ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ସ୍ୱଚ୍ଛତା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ |

ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ହିତାଧିକାରୀଙ୍କ ସହ ହୋଇଥିବା ସମସ୍ତ କାରବାରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା | ଅଂଶଗ୍ରହଣକାରୀମାନେ ଅଭିଯୋଗର ଫଳପ୍ରଦ ସମାଧାନ ଏବଂ ସାମଗ୍ରୀ ଏବଂ ସେବା କ୍ରୟରେ ତଥା ଚୁକ୍ତିନାମା ବୁଝାମଣାରେ ନ୍ୟାୟପୂର୍ଣ୍ଣ ଅଭ୍ୟାସ ସୁନିଶ୍ଚିତ କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା |

ରେଳବାଇର କାରବାର କରିବା ସମୟରେ ବିଶ୍ୱାସ ସୃଷ୍ଟି କରିବା ସହ ରେଳବାଇ ଏବଂ ଏହାର ହିତାଧିକାରୀଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମିଶ୍ର କହିଥିଲେ | ଏହି ବୈଠକ ଖୋଲା ସଂଳାପ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ଯାହା ପୂର୍ବତଟ ରେଳପଥର ସହଭାଗୀମାନଙ୍କର ଆବଶ୍ୟକତାକୁ ଭଲ ଭାବରେ ବୁଝାମଣା ଓ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ସହାୟକ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ଇସ୍ପାତ କାରଖାନା, ବନ୍ଦର ଏବଂ ବ୍ୟାଙ୍କିଙ୍ଗ୍ ଭଳି ଶିଳ୍ପ ସଂସ୍ଥା ମାନଙ୍କ ସହିତ କଣ୍ଟ୍ରାକ୍ଟର ଏବଂ ଯୋଗାଣକାରୀ ଏବଂ ବିଭିନ୍ନ ହିତାଧିକାରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ | ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ପାରସ୍ପରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଉପସ୍ଥିତ ସଂସ୍ଥା ମାନଙ୍କର ପ୍ରତିନିଧି ମାନେ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଦେଇଥିଲେ |

ପୂର୍ବତଟ ରେଳପଥ ଏହାର ସମସ୍ତ କାରବାରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ନୀତିକୁ ସମର୍ଥନ କରିବାକୁ ସର୍ବଦା ପ୍ରତିବଦ୍ଧ ରହିଥାଏ ଏବଂ ଏହାର ଅଂଶୀଦାରମାନଙ୍କ ସହ ସହଯୋଗ ପାଇଁ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ସୁନିଶ୍ଚିତ କରିଥାଏ |

Advertisement

Latest news