• ପୂର୍ବ ରେକର୍ଡଗୁଡିକ ଅତିକ୍ରମ କରି ଯେକୌଣସି ରେଳ ଜୋନ୍ ଦ୍ୱାରା ସର୍ବଦା ପଣ୍ୟ ପରିବହନ / ବୋଝେଇ |
• ଗତ ଆର୍ଥିକ ବର୍ଷ ଅପେକ୍ଷା 05 ଦିନ ପୂର୍ବରୁ ଏହି ମାଇଲଖୁଣ୍ଟ ହାସଲ କରିଛି, ପୂର୍ବତଟ ରେଳପଥ |
• ସମାନ ଅବଧି ମଧ୍ୟରେ 200.13 ନିୟୁତ ଟନ୍ କୋଇଲା ବୋଝେଇ ହୋଇଛି |
• ଏହି ସମୟ ମଧ୍ୟରେ, ପୂର୍ବତଟ ରେଳପଥ 183.5 ନିୟୁତ ଟନ୍ ପଣ୍ୟ ବୋଝ ଅପସାରଣ କରି ଆଉ ଏକ ରେକର୍ଡ ହାସଲ କରିଛି |
• 200 ନିୟୁତ ଟନ୍ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳପଥ 2019-20 ମସିହାରେ 366 ଦିନ ସମୟ ନେଇଥିବାବେଳେ 2020-21 ରେ 360 ଦିନ; 2021-22 ରେ 320 ଦିନ; 2022-23 ରେ 310 ଦିନ; 2023-24 ରେ 295 ଦିନ ଏବଂ 2024-25 ଆର୍ଥିକ ବର୍ଷରେ 290 ଦିନ ସମୟ ନେଇଛି |
ଭୁବନେଶ୍ୱର, ଜାନୁଆରୀ 16, 2025 _
ପୂର୍ବତଟ ରେଳପଥ 2024-25 ଆର୍ଥିକ ବର୍ଷର 290 ଦିନ ମଧ୍ୟରେ ଉଲ୍ଲେଖନୀୟ ଦ୍ରୁତ ଅଗ୍ରଗତିରେ 200.13 ନିୟୁତ ଟନ୍ ପଣ୍ୟ ପରିବହନ ବା ବୋଝେଇ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ଯାହାକି ପୂର୍ବର ସମସ୍ତ ରେକର୍ଡକୁ ଅତିକ୍ରମ କରିନେଇଛି | ଏହି ସଫଳତା ଭାରତୀୟ ରେଳ ଇତିହାସରେ ଯେକୌଣସି ରେଳ ଜଣ ଦ୍ୱାରା ସର୍ବାଧିକ ପଣ୍ୟ ପରିବହନକୁ ସୂଚିତ କରିଥାଏ ଯାହାକି ପଣ୍ୟ ବୋଝେଇ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷରେ ରେଳପଥର ନେତୃତ୍ୱକୁ ଦୃଷ୍ଟନ୍ତମୂଳକ କରିଥାଏ |

ପୂର୍ବ ଆର୍ଥିକ ବର୍ଷ (2023-24)ରେ ପଣ୍ୟ ବୋଝେଇ କ୍ଷେତ୍ରରେ ନିଜସ୍ୱ ରେକର୍ଡ 295 ଦିନକୁ ଅତିକ୍ରମ କରି ପୂର୍ବତଟ ରେଳପଥ ଚଳିତ ଜାନୁୟାରୀ 15 ତାରିଖରେ 200 ନିୟୁତ ଟନ୍ ପଣ୍ୟ ବୋଝେଇ କରି ନୂତନ ରେକର୍ଡ ସୃଷ୍ଟି କରିଛି | ଏହି ବର୍ଷର ସଫଳତା ଗତ ଆର୍ଥିକ ବର୍ଷର 15 ଦିନ ପୂର୍ବରୁ ସମ୍ପନ୍ନ ହୋଇଥିଲା ଏବଂ ପୂର୍ବ ବର୍ଷଗୁଡିକରେ ଏକ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ସୃଷ୍ଟି କରିଥିଲା ଯେଉଁଠାରେ ଏହା 2019-20 ମସିହାରେ ଏହି ସଫଳତା ହାସଲ କରିବା ପାଇଁ 366 ଦିନ ସମୟ ନେଇଥିଲାବେଳେ 2020-21 ରେ 360 ଦିନ, 2021-22 ରେ 320 ଦିନ ଏବଂ 2022-23 ମସିହାରେ 310 ଦିନ ସମୟ ନେଇ ପ୍ରତିବର୍ଷ ରେକର୍ଡ କରିଆସୁଅଛି |
ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 183.5 ନିୟୁତ ଟନ୍ ପଣ୍ୟ ବୋଝେଇର ଅପସାରଣ କରି ଆଉ ଏକ ନୂତନ ରେକର୍ଡ ସୃଷ୍ଟିକରିପାରିଛି ଯାହା ମାଲ ପରିବହନରେ ଏହାର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତାକୁ ଅଧିକ ଦର୍ଶାଉଛି | ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ ସମୁଦାୟ 200.13 ନିୟୁତ ଟନ୍ ପଣ୍ୟ ବୋଝେଇ କରିଥିଲା ଯାହା ପୂର୍ବ ଆର୍ଥିକ ବର୍ଷର ପଣ୍ୟ ବୋଝେଇ 196.779 ନିୟୁତ ଟନ୍ ତୁଳନାରେ 1.6% ବୃଦ୍ଧି ପାଇଛି | ପଣ୍ୟ ପରିବହନରେ ଏହି ଜୋନର କାର୍ଯ୍ୟଦକ୍ଷତାର ଦୃଷ୍ଟାନ୍ତ ରଖିଆସିଛି ଏବଂ ଏହା ଅର୍ଥନୈତିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ସକ୍ଷମକାରୀ ରେଳ ଜଣ ଭାବରେ ନିଜର ପରିଚୟ ସୃଷ୍ଟିକରିଆସୁଅଛି | ପୂର୍ବତଟ ରେଳପଥ ଦ୍ୱାରା ପଣ୍ୟ ବୋଝେଇ କରାଯାଇଥିବା ପ୍ରମୁଖ ଦ୍ରବ୍ୟ ଗୁଡିକ ହେଲା _ • 119.637 ନିୟୁତ ଟନ୍ କୋଇଲା; • 7.67 ନିୟୁତ ଟନ୍ ଇସ୍ପାତ କାରଖାନାକୁ କଞ୍ଚାମାଲ; 15.991 ନିୟୁତ ଟନ ପିଗ ଆଇରନ୍ ଏବଂ ଉତ୍ପାଦ ଇସ୍ପାତ; • 24.426 ନିୟୁତ ଟନ୍ ଲୁହାପଥର; • 0.88 ନିୟୁତ ଟନ୍ ସିମେଣ୍ଟ; • 2.226 ନିୟୁତ ଟନ୍ ଖାଦ୍ୟ ଶସ୍ୟ; • 5.477 ନିୟୁତ ଟନ୍ ଫର୍ଟିଲାଇଜର; 2.317 ନିୟୁତ ଟନ୍ ଖଣିଜ ତେଲ, କଣ୍ଟେନେରରେ 4.372 ନିୟୁତ ଟନ୍ ପଣ୍ୟ ପରିବହନ ଏବଂ • ଅନ୍ୟାନ୍ୟ ଦ୍ରବ୍ୟ 17.159 ନିୟୁତ ଟନ୍ ଅଟେ |
ଏହି ଉଲ୍ଲେଖନୀୟ କାର୍ଯ୍ୟ ସହିତ, ପୂର୍ବତଟ ରେଳପଥରେ ମଧ୍ୟ ରାଜସ୍ୱ ଉତ୍ପାଦନରେ ବୃଦ୍ଧି ଘଟି ₹20,288.041 କୋଟି ଟଙ୍କା ଆୟ ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ 1.28% ଅଭିବୃଦ୍ଧିର ପ୍ରତିନିଧିତ୍ୱ କରୁଛି |
290 ଦିନ ମଧ୍ୟରେ 200 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ କରିବା ହେଉଛି ପୂର୍ବତଟ ରେଳପଥର ଯତ୍ନଶୀଳ ଯୋଜନା, ଶିଳ୍ପ ଏବଂ ସରକାରୀ ସଂସ୍ଥା ସହିତ ଉତ୍କୃଷ୍ଟ ସମନ୍ୱୟ ଏବଂ ଏହାର ଶ୍ରମଶକ୍ତିର ନିରନ୍ତର ପ୍ରୟାସର ପ୍ରତ୍ୟକ୍ଷ ଫଳାଫଳ | ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ସୃଜନଶୀଳ ନେତୃତ୍ୱରେ ପୂର୍ବତଟ ରେଳପଥର ଦକ୍ଷତା, ସକରାତ୍ମକ ଚିନ୍ତାଧାରା ଏବଂ ରଣନୀତିକ ଦୂରଦୃଷ୍ଟିର ଏକ ସଂସ୍କୃତିକୁ ଅନୁକରଣ କରି ଏହାକୁ ଭାରତୀୟ ରେଳ ନେଟୱର୍କ ମଧ୍ୟରେ ଉତ୍କର୍ଷର ଏକ ମଡେଲ କରିପାରିଛି |
ଏହି ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ଅନେକ ପ୍ରମୁଖ ପଦକ୍ଷେପ ବା ପ୍ରମୁଖ ଭୂମିକା ଗ୍ରହଣ କରାଯାଇଅଛି ଯାହାକୁ ନିମ୍ନରେ ପ୍ରଦତ୍ତ କରାଯାଇଅଛି _
• ନୂତନ ରେଳ ଲାଇନର ନିର୍ମାଣ ଏବଂ କାର୍ଯ୍ୟକ୍ଷମ ସହ ଦୋହରୀକରଣ ଏବଂ ତୃତୀୟ ଓ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟକାରିତା ଯାହା ସମଗ୍ର ଅଞ୍ଚଳରେ ସଂଯୋଗକୁ ବୃଦ୍ଧିକରିଅଛି |
• ବିସ୍ତାରିତ ରେଳ ଭିତ୍ତିଭୂମି ମାଧ୍ୟମରେ ଖଣିଜ ବେଲ୍ଟ ଏବଂ ବନ୍ଦର ସହିତ ଶିଳ୍ପଗୁଡିକୁ ସଂଯୋଗ କରିବା ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ମାଲ ପରିବହନ ହବ୍ ଭାବରେ ରେଳପଥର ସ୍ଥିତିକୁ ଦୃଢ଼ୀଭୁତ କରିବା |
• ବିଭିନ୍ନ ସରକାରୀ ଏଜେନ୍ସି ଏବଂ ଶିଳ୍ପଗୁଡିକ ସହିତ ସାମଗ୍ରୀ ପରିବହନର ସମୟାନୁବର୍ତ୍ତୀ ଏବଂ ଦକ୍ଷତାର ସହିତ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବା ପାଇଁ ନିରନ୍ତର ସହଯୋଗ ଏବଂ ଯୋଜନା |
ଏହି ରେକର୍ଡ ସଫଳତା ସହିତ, ପୂର୍ବତଟ ରେଳପଥ ପଣ୍ୟ ବୋଝେଇ ଓ ପରିବହନରେ କ୍ରମାଗତ ଭାବେ ବୃଦ୍ଧି କରିବାରେ ଲାଗିଛି ଯାହାକି କାର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ ନୂତନ ମାନଦଣ୍ଡ ସ୍ଥିର କରି ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଛି | ଏହାର ସାମର୍ଥ୍ୟ ବୃଦ୍ଧି ଏବଂ ଭବିଷ୍ୟତ ପାଇଁ ନିରନ୍ତର ଏବଂ ଦକ୍ଷ ପରିବହନ ସମାଧାନ ପ୍ରଦାନ କରିବାକୁ ପୂର୍ବତଟ ରେଳପଥ ପ୍ରତିବଦ୍ଧ ଅଟେ |
More Stories
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ _ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା |