ମୋ ଟିଭି ଓଡିଶା :
ଷ୍ଟେସନ ବିଲଡିଙ୍ଗ, ସର୍ଭିସ ବିଲଡିଙ୍ଗ, ଆବାସିକ ବିଲଡିଙ୍ଗ ଏବଂ ଲେଭଲ କ୍ରସିଙ୍ଗ ଗେଟ୍ ମାନଙ୍କରେ ପୂର୍ବତଟ ରେଳପଥ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ |
• 149 ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ସଂସ୍ଥାପନ କରିବାକୁ ଯୋଜନା କରାଯାଇଛି |
• 248 ସେବା ବିଲଡିଙ୍ଗ ଏବଂ 6924 ଆବାସିକ ବିଲଡିଙ୍ଗରେ ମଧ୍ୟ ସୌରଶକ୍ତି ସଂସ୍ଥାପନ କରାଯିବ |
• 366 ଟି ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ମଧ୍ୟ ସୌରଶକ୍ତି ସୁବିଧା ରହିବ |
• ସମୁଦାୟ 21826 KWp କ୍ଷମତା ସୌର ଶକ୍ତି ସଂସ୍ଥାପନ କରିବାକୁ ଯୋଜନା |
• ବାର୍ଷିକ 20314 ଟନ୍ କାର୍ବନ ଫୁଟ ପ୍ରିଣ୍ଟ ହ୍ରାସ କରାଯାଇ ପାରିବ |
• କାର୍ବନ କ୍ରୟ ବାବଦରେ ବର୍ଷକୁ ପ୍ରାୟ ₹ 91 ଲକ୍ଷ ଟଙ୍କା ସଞ୍ଚୟ କରିବ |
• ଶକ୍ତି ବିଲ୍ ମଧ୍ୟ ବର୍ଷକୁ ପ୍ରାୟ ₹ 14 କୋଟି ଟଙ୍କା ସଞ୍ଚୟ ହେବ |
ଭାରତୀୟ ରେଳବାଇର ସବୁଜ ପଦକ୍ଷେପ ନୀତି ଅନୁଯାୟୀ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଏବଂ ସର୍ଭିସ ବିଲଡିଙ୍ଗର ଛାତ ଉପରେ ସୌରଶକ୍ତି ଅଥବା ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ରେଳପଥ ପରିସୀମା ମଧ୍ୟରେ ଅନ୍ୟ ସ୍ଥାନ ମାନଙ୍କରେ ସବୁଜ ଶକ୍ତି ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗୁଡିକ ମଧ୍ୟ ଗ୍ରହଣ କରୁଛି |
ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବାର୍ଷିକ ପ୍ରାୟ 21826 KWp କ୍ଷମତା ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଯାହାଫଳରେ ଶକ୍ତି ବାବଦରେ ବ୍ୟୟ ବାବଦରେ ପ୍ରାୟ ₹ 14 କୋଟି ଏବଂ କାର୍ବନ କ୍ରେଡିଟ ଅଥବା କ୍ରୟ କ୍ଷେତ୍ରରେ ପ୍ରାୟ 91.41 ଲକ୍ଷ ଟଙ୍କା ସଞ୍ଚୟ କରିପାରିବ |
ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ 149 ଟି ଷ୍ଟେସନ୍ ବିଲଡିଙ୍ଗ, 248 ଟି ସର୍ଭିସ୍ ବିଲଡିଙ୍ଗ, 6924 ଟି ଆବାସିକ ବିଲଡିଙ୍ଗ ଏବଂ 366 ଟି ଲେଭଲ୍ କ୍ରସିଂ (LC) ଗେଟ୍ ମାନଙ୍କରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରିଛି |

ଉପରୋକ୍ତ ପ୍ରକଳ୍ପ ବାବଦରେ ପୂର୍ବତଟ ରେଳପଥ ଇତିମଧ୍ୟରେ ପ୍ରାୟ 83.79 କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି ଯେଉଁଥିରେ ଛାତ ଉପରେ ବିଭିନ୍ନ କ୍ଷମତା ବିଶିଷ୍ଟ ଗ୍ରୀଡ୍ ପ୍ଲାଣ୍ଟରେ ସୌରଶକ୍ତି ପ୍ଲାଣ୍ଟ / ନବୀକରଣଯୋଗ୍ୟ ସୌରଶକ୍ତି ଉତ୍ସ ସ୍ଥାପନ କରିବ | ଏହି ସ୍ଥାନ ଗୁଡିକୁ ନିମ୍ନ ମତେ ପ୍ରଦତ୍ତ କରାଯାଇଅଛି :
• ବ୍ରହ୍ମପୁର-ପଲାସା ରେଳ ସେକ୍ସନରେ ସୌରଶକ୍ତି ସ୍ଥାପନ ବାବଦରେ ପ୍ରାୟ 09.13 କୋଟି ଟଙ୍କା ବ୍ୟୟ ବରାଦ |
- ଭୁବନେଶ୍ୱର-କଟକ-ପାରାଦୀପ-ଭଦ୍ରକ ରେଳ ସେକ୍ସନ ପାଇଁ ₹ 8.86 କୋଟି ଟଙ୍କା |
- ଅନୁଗୁଳ ରେଳ ସେକ୍ସନ ପାଇଁ ₹ 9.48 କୋଟି ଟଙ୍କା |
- ଭୁବନେଶ୍ୱର ମୁଖ୍ୟାଳୟ ସମେତ ନିକଟସ୍ଥ ରେଳବାଇ ଅଞ୍ଚଳ ପାଇଁ ₹ 9.10 କୋଟି ଟଙ୍କା |
- ଖୋର୍ଦ୍ଧା ରୋଡ଼ – ପୁରୀ ରେଳ ସେକ୍ସନ ପାଇଁ ₹ 8.74 କୋଟି ଟଙ୍କା |
- ପାରାଦୀପ-କେନ୍ଦୁଝରଗଡ ରେଳ ସେକ୍ସନ ପାଇଁ ₹ 8.10 କୋଟି ଟଙ୍କା |
- ବିଶାଖାପାଟନମ୍ ଅଞ୍ଚଳ ପାଇଁ ₹ 7.25 କୋଟି ଟଙ୍କା |
- ବିଶାଖାପାଟନମ୍ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଅଞ୍ଚଳ ପାଇଁ ₹ 7.10 କୋଟି ଟଙ୍କା |
- ଦୁଭାଡା-ପଲାସା ମୁଖ୍ୟ ଲାଇନ / ନୌପଡା-ଗୁଣୁପୁର / ବିଜୟନଗରମ-ରାୟଗଡା ଅଞ୍ଚଳ ପାଇଁ ₹ 8.78 କୋଟି ଟଙ୍କା |
- କୋଟାଭାଲାସା-କିରାଣ୍ଡୁଲ ରେଳ ଲାଇନ ପାଇଁ ₹ 7.53 କୋଟି ଟଙ୍କା |
ରେଳପଥର ମୁଖ୍ୟାଳୟ ବିଲଡିଙ୍ଗ, ରେଳ ସଦନ ପରି ଅନ୍ୟ ସେବା ବିଲଡିଙ୍ଗ ମାନଙ୍କରେ ମଧ୍ୟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଅଛି | ଚନ୍ଦ୍ରଶେଖରପୁରରେ ରେଳ ସଦନ ଛାତ ଉପରେ ସ୍ଥାପନ କରାଯାଇଥିବା ସୋଲାର ପାୱାର ପ୍ଲାଣ୍ଟ / ନବୀକରଣଯୋଗ୍ୟ ଶକ୍ତି ଉତ୍ସ କ୍ଷମତା ବାର୍ଷିକ ପ୍ରାୟ 6790 KWp ଅଟେ | ସେହିଭଳି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଧିକାଂଶ ସ୍ଥାନରେ ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ମଧ୍ୟ ସୌରଶକ୍ତି / ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ପ୍ରଣାଳୀ ସ୍ଥାପିତ ହୋଇଛି |
ପୂର୍ବ ତଟ ରେଳପଥ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ସୌରଶକ୍ତିର ବ୍ୟବହାରକୁ ସର୍ବାଧିକ କରିବାକୁ ପ୍ରତିଶ୍ରୁତିବଦ୍ଧ | ଷ୍ଟେସନ ଏବଂ ଅନ୍ୟାନ୍ୟ ସେବା ବିଲଡିଙ୍ଗର ଦୈନନ୍ଦିନ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଏହି ବ୍ୟବସ୍ଥା ସହାୟକ ହୋଇପାରିବ | ପରିବେଶ ଅନୁକୂଳ ହେବା ବ୍ୟତୀତ ଏହା ରେଳବାଇ ପାଇଁ ବହୁମୂଲ୍ୟ ଖର୍ଚ୍ଚ ପରିବର୍ତ୍ତେ ସଞ୍ଚୟ କରିପାରିବ |
More Stories
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ _ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା |