January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚାରିଘରିଆବାସୀଙ୍କୁ କନ୍ଦାଏ ବର୍ଷା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ହୋଇଯାଏ ପୂରା ଠପ୍‌


ଆଗରପଡ଼ା,ତା୧୮/୯: ଜଳ ନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ଅସରାଏ ବର୍ଷା ହେଲେ ଗ୍ରାମବାସୀ ଜଳବନ୍ଦୀରେ ରହିଯିବା ସହ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପୂରା ଠପ୍ ହୋଇଯାଇଥାଏ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ୧୨ନଂ ୱାର୍ଡର ଚାରିଘରିଆ ଠାରେ । ଉକ୍ତ ଗାଁର ଲୋକ ସଂଖ୍ୟା ପାଖାପାଖି ୪୫୦ । ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାର ମେଡ଼ିକାଲ (ଆଗରପଡ଼ା)ଛକ୍ ଠାରୁ ଏକ ରାସ୍ତା ଉକ୍ତ ଗାଁକୁ ସଂଯୋଗ କରୁଛି । ଉକ୍ତ ରାସ୍ତା ମୁଣ୍ଡଳୀ,ରଇଁତରା,ପୁରୁଷଣ୍ଢ ଆଦି ଗ୍ରାମକୁ ମଧ୍ୟ ସଂଯୋଗ କରୁଛି । ଏହିପରି ସ୍ଥଳେ ଉକ୍ତ ଗ୍ରାମରେ ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଗାଁ ମଝିରେ ଥିବା ପୋଖରୀ ପାଣି ବର୍ଷା ଜଳରେ ପୂରିଯିବା ମାତ୍ରେ ଗ୍ରାମବାସୀମାନେ ଜଳବନ୍ଦୀ ହୋଇଯାଇଥାନ୍ତି ।

ବଜାରକୁ ଆସିବା ପୂରା ବନ୍ଦ ହୋଇଯିବା ସହ ଉକ୍ତ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଅଚଳ ହୋଇପଡ଼ିଥାଏ । ପିଲାମାନେ କଲେଜ ଓ ସ୍କୁଲକୁ ମଧ୍ୟ ଶିକ୍ଷା ଲାଭ ପାଇଁ ଆସି ପାରିନଥାନ୍ତି । ଏବଂ ଅନ୍ୟ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାଏ । ଅପରପକ୍ଷରେ ଗ୍ରାମରେ ଥିବା ଏକ ମାତ୍ର ସରକାରୀ ସ୍କୁଲ ବନ୍ଦ ହୋଇଯିବା ପରେ ଉକ୍ତ ସ୍କୁଲ ବର୍ତ୍ତମାନ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଭା ଗୃହ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ବେଳେ ଅସରାଏ ବର୍ଷା ହେଲେ ସଭା ଗୃହ ଅଚଳ ହୋଇପଡ଼ିଥାଏ । ବର୍ଷା ଜଳ ଏହିପରି ନାନାଦି ସମସ୍ୟା ଗ୍ରାମବାସୀଙ୍କ ପାଇଁ ସୃଷ୍ଟି କରୁଥିବାରୁ ବର୍ଷା ଆସିଲେ ଗ୍ରାମବାସୀଙ୍କ ଆଖିରେ ଳୁହ ଆସିଯାଇଥାଏ ।

ବିଡ଼ମ୍ବନାର ବିଷୟ ଜଳ ନିଷ୍ନାସନ ପାଇଁ କିଛି ମାସ ତଳେ ବିଭାଗ ତରଫରୁ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ ନିର୍ମାଣ କରାଯାଇଥିଲେ ସୁଦ୍ଧା ତୃଟି ପୂର୍ଣ୍ଡ ନିର୍ମାଣ ଯୋଗୁଁ ଡ୍ରେନର ପାଣି ମୁଖ୍ୟ ଡ୍ରେନରେ ପଡ଼ିବା ପରିବର୍ତ୍ତେ ମୁଖ୍ୟ ଡ୍ରେନ ପାଣି ଉକ୍ତ ଡ୍ରେନରେ ଫେରି ଆସି ଗାଁ ଭିତରକୁ ପସୁଥିବାର ଜଣାପଡ଼ିଛି । ତେଣୁ ଗତ ୨ଦିନ ଧରି ହୋଇଥିବା ଲଗାଣବର୍ଷାରେ ଗ୍ରାମବାସୀମାନେ ନାନାଦି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ଗାଁର ଚାରିପାଖରେ ବର୍ଷାଜଳ ଘେରି ରହିଛି । ତେଣୁ ଏହା ଜମି ରହିବା ଦ୍ୱାରା ଡ଼େଙ୍ଗୁକୁ ମଧ୍ୟ ଆମନ୍ତ୍ରଣ କରୁଛି । ତେଣୁ କିଛି ବଡ଼ ଅଘଟନ ଘଟିବା ଆଗରୁ ଉକ୍ତ ଗାଁରେ ଜମି ରହୁଥିବା ବର୍ଷା ଜଳର ନିଷ୍କାସନ ପାଇଁ ବ୍ଲକ ପ୍ରଶାସନ ଓ ପଂଚାୟତ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।