MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୋରରେ ଇଦ୍ ଉଲ ଆଜହା ପାଳିତ।


ମୋ ଟିଭି ଓଡିଶା / ସୋର : ୧୭/୦୬/୨୪

ସୋର ପୌରପାଳିକା ଅନ୍ତର୍ଗତ କୋର୍ଟ ଛକ ନିକଟରେ ଥିବା ଇଦଘା ପଡିଆ ଠାରେ ମୁସଲିମ ସମ୍ପ୍ରଦାୟ ତରଫରୁ ଇଦ ଉଲ ଆଜହା ପାଳନ ଅବସରରେ ଏକ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଥିବା ବେଳେ ସହିତ ପରସ୍ପର କୁ ଇଦ୍ ର ସୁବେଛା ଜଣାଇ ଏହି ପର୍ବକୁ ପାଳନ କରିଥିଲେ ।

ଏଠାରେ ପଠାନ ମହଲା ମସଜିଦ ର ମୌଲାନା ଶ୍ରଦ୍ଧାଳୁଙ୍କୁ ନମାଜ ପାଠ ପଢା କରାଇଥିଲେ. ସେହିଭଳି ସକାଳ ୮.୩୦ କାଜି ମହଲା ମସଜିଦ ୯.୦୦ ରେ ପଠାଣ ମହଲା ମସଜିଦ ରେ ନମାଜ ପାଠ କରାଯାଇଥିବା ବେଳେ ଅନ୍ୟ ମସଜିଦ ରେ ମଧ୍ୟ ନମାଜ ପାଠ କରାଯାଇଥିଲା। ନମାଜ ପାଠ ସରିବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଘରକୁ ଯାଇ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିଥିଲେ।

ଏଥିରେ ପାର ମହଲା, ପଠାନ ମହଲା,କାଶୀପୁର,ଖପରା ନାଳ,ଛତ୍ରପୁର,ମୋଦି ନଗର ଇଟୁଆ ଆଦି ଅଂଚଳ ଓ ସୋର ବ୍ଲକ ପାଖର ପଂଚାୟତ ବେଲପୁର କନ୍ଥି ଗଢିଆ ଅଂଚଳର ମୁସଲମାନ ଭାଇ ମାନେ ବେଲପୁର ଇଦଘା ପଡିଆ ଓ ମସଜିଦ ରେ ମଧ୍ୟ ନମାଜ ପାଠ କରିଥିଲେ। ନମାଜ ପାଠ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।