MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପଡିଶା ର ଟାଙ୍ଗିଆ ଚୋଟ ରେ ବୃଦ୍ଧା ଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ।

ମୋ ଟିଭି ଓଡିଶା / କଳାହାଣ୍ଡି : ୩୧/୦୭


କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳ ରେ ଜଣେ ବୃଦ୍ଧା ଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ବିଧବା ମହିଳା କାଳୀନ୍ଦ୍ରୀ ତାଣ୍ଡି (୫୫) ବୁଧବାର ପାହାନ୍ତାରୁ ସବୁଦିନ ଭଳି ଗାଧେଇ ଘର କୁ ଫେରିବା ବେଳେ ପୂର୍ବରୁ ଘର ନିକଟରେ ପୂର୍ବରୁ ଛକି ରହିଥିବା ପଡୋଶୀ ଶ୍ରୀକର ପୁଞ୍ଜି (୬୦) ଏକ ଟାଙ୍ଗିଆ ରେ ବୃଦ୍ଧା ଙ୍କ ମୁଣ୍ଡ ରେ ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ବୃଦ୍ଧା ଟଲି ପଡ଼ିଥିଲେ। ଟାଙ୍ଗିଆ ରେ ହାଣିବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ପରିବାର ଲୋକେ ବୃଦ୍ଧା ଙ୍କୁ କୋକସରା ଡାକ୍ତରଖାନାରେ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏନେଇ ପରିବାର ପକ୍ଷରୁ କୋକସରା ଥାନା ରେ ମୃତା ବୃଦ୍ଧା ଙ୍କ ପୁତୁରା ପୁଅ ଜଳନ୍ଧର ତାଣ୍ଡି ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ପରେ ଭବାନୀପାଟଣା ରୁ ୪ ଜଣିଆ ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ତଦନ୍ତ କରିଥିଲେ ପରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲେ।ସୂଚନ ମତେ ମୃତା ବୃଦ୍ଧା କାଳୀନ୍ଦ୍ରୀ ତାଣ୍ଡି ଙ୍କ ସ୍ୱାମୀ ଓ ପୁଅ ଙ୍କ ଦୀର୍ଘ ବର୍ଷ ହେବ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କର ଝିଅ କୁ କାଉଡୋଳା ଗ୍ରାମ ରେ ବିବାହ ଦେବାପରେ ସେ ଗତ କିଛିବର୍ଷ ହେବ ଏକୁଟିଆ ରହୁଥିଲେ।

ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଓ ମୃତା ବୃଦ୍ଧା ଙ୍କ ଘର ସାମ୍ନାସାମ୍ନି ରହିଥିବା ବେଳେ ପୂର୍ବରୁ ମୃତା ବୃଦ୍ଧା ଓ ଅଭିଯୁକ୍ତ ଙ୍କ ମଧ୍ୟରେ ପାରିବାରିକ କଳହ କୁ ନେଇ ଗଣ୍ଡଗୋଳ ହୋଇଥିବା କାରଣ କୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଘଟଣା ପରେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି କୁ କୋକସରା ପୁଲିସ ଗିରଫ କରିଛି ଓ ଏ ସଂକ୍ରାନ୍ତ ରେ ଥାନା କେଶ ନମ୍ବର ୧୬୦/୨୪ ରେ ମାମଲା ରୁଜୁ କରିବା ସହ ଘଟଣା ର ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଆଇଆଇସି ରୋନିତା ପ୍ରଧାନ ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।