MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟାଙ୍ଗିଆ ଚୋଟ ରେ ବୃଦ୍ଧା ଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ।

ମୋ ଟିଭି ଓଡିଶା / କଳାହାଣ୍ଡି : ୩୧/୦୭


କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳ ରେ ଆଜି ଜଣେ ବୃଦ୍ଧା ଙ୍କୁ ଟାଙ୍ଗିଆ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ବିଧବା ମହିଳା କାଳୀନ୍ଦ୍ରୀ ତାଣ୍ଡି ବୟସ ୬୦, ଆଜି ପାହାନ୍ତାରୁ ଗାଧେଇ ଘର କୁ ଆସୁଥିବା ବେଳେ ଘର ନିକଟରେ ପୂର୍ବରୁ ଛକି ରହିଥିବା ପଡୋଶୀ ଶ୍ରୀକର ପୁଞ୍ଜି(୬୨) ଏକ ଟାଙ୍ଗିଆ ରେ ମୁଣ୍ଡ ରେ ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ବୃଦ୍ଧା ଟଳି ପଡ଼ିଥିଲେ।

ପରିବାର ଲୋକେ ଡାକ୍ତରଖାନାରେ ଆଣି ଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ କୁ ନେଇ ବୃଦ୍ଧା ଙ୍କୁ ଅଭିଯୁକ୍ତ ଆକ୍ରମଣ କରିଛି ତାହା ଅସ୍ପଷ୍ଟ ରହିଛି, ଘଟଣା ପରେ ଦୁର୍ବୁତ୍ତ କୁ କୋକସରା ପୁଲିସ ଗିରଫ କରିଛି ଓ ଘଟଣା ର ତଦନ୍ତ ଜାରି ରଖିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।