MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିଖିଳ ଓଡିଶା କୈବର୍ତ୍ତ ମହାସଭା ପକ୍ଷରୁ ଜରୁରୀକାଳୀନ ବୈଠକ।

ନିଖିଳ ଓଡିଶା କୈବର୍ତ୍ତ ମହାସଭା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ପଦାଧିକାରୀ ମାନଙ୍କୁ ନେଇ କୈବର୍ତ୍ତ ଭବନ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ କୈବର୍ତ୍ତ ମହାସଭା ର ରାଜ୍ୟ ସଭାପତି, ସଂମ୍ପାଦକ ଓ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ସଂମ୍ପାଦକ ଓ କର୍ମକର୍ତ୍ତା ମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କୈବର୍ତ୍ତ ମାନଙ୍କ ଦାବି ହେଲା ରାଜ୍ୟରେ ୪୦ଲକ୍ଷ କୈବର୍ତ୍ତ, କେଉଟ, ଧିବର ମାନଙ୍କୁ ସୁରକ୍ଷା ପ୍ରଦାନ। ସରକାର ପ୍ରକୃତ କୈବର୍ତ୍ତ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାର୍ଯ୍ୟ ଦାବି ପୂରଣ କରନ୍ତୁ। ଯେଉଁ ପ୍ରଭାବଶାଳୀ ଅଣ କୈବର୍ତ୍ତ ମାନଙ୍କୁ ଏଥିରେସାମିଲ କରନ୍ତୁ ନାହିଁ।

ରାଜ୍ୟର ବିଭିନ୍ନ ଯାଗାରେ ଥିବା ସୈ।ରାତରୁ କୈବର୍ତ୍ତ ମାନେ ବ୍ୟବହାର କରି ଆସୁଥିବା ବେଳେ ସେହି ସୈରାତକୁ କେତେକ ଅଣ କୈବର୍ତ୍ତ ମାନେ ଅକ୍ତିଆର କରି ରଖି ସେମାନେ ନିଜକୁ କୈବର୍ତ୍ତ ବୋଲି ଦାବି କରିଛନ୍ତି l ସେମାନଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି l ସେଗୁଡିକ ବନ୍ଦ କରନ୍ତୁ। ସରକାର କୈବର୍ତ୍ତ ମାନଙ୍କ ନାର୍ଯ୍ୟ ଦାବି ପୂରଣ ନକଲେ ସାରା ଓଡ଼ିଶାର ଲକ୍ଷ ଲକ୍ଷ କୈବର୍ତ୍ତ ଆନ୍ଦୋଳନ କୁ ଓହ୍ଲାଇବେ। ଆଗାମୀ ଦିନରେ କୈବର୍ତ୍ତ ମାନେ ଆନ୍ଦୋଳନ କୁ ତିବ୍ରତର କରିବେ ବୋଲି ରାଜ୍ୟ ପଦାଧିକାରୀ ଘୋଷଣା କରିଛନ୍ତି।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।