ମୋ ଟିଭି ଓଡିଶା ବ୍ୟୁରୋ :
ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କ । ବାର୍ଦ୍ଧକ୍ୟଜନିତ ସମସ୍ୟା କାରଣରୁ ସେ ଗତ କିଛି ଦିନ ହେବ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗତକାଲି ବିଳମ୍ବିତ ରାତିରେ 84 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭାରତ ତଥା ବିଶ୍ବଶିଳ୍ପ ଜଗତରେ ଅତି ଜଣାଶୁଣା ଏହି ବିଜିନେସ ଟାଇକୁନ ଏକାଧିକ ସମ୍ମାନ ସହ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ । ତାଙ୍କ ଦେହାନ୍ତରେ ସାରା ବିଶ୍ବରେ ଶୋକ ପ୍ରକାଶ ପାଇଛି ।
୧୯୯୧ ରେ ସେ ‘ଟାଟା ଗ୍ରୁପ’ର ମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଜଣେ ସଫଳ ଶିଳ୍ପପତି ଭାବେ ସେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ନିଜ ଦକ୍ଷତା ଓ ପ୍ରଚେଷ୍ଟା ବଳରେ ସେ ଟାଟା ସନ୍ସକୁ ଏକ ଟ୍ରିଲିୟନ ଡଲାର ବିଶିଷ୍ଠ ବ୍ୟବସାୟ ପ୍ରତିଷ୍ଠା କରି ପାରିଥିଲେ । ଟାଟା ଟାଇକୁନ ରତନ ଟାଟାଙ୍କ ବୟସ ବର୍ତ୍ତମାନ ୮୬ ବର୍ଷ । ତାଙ୍କର ପୂରା ନାମ ରତନ ନାଭାଲ ଟାଟା ।
୧୯୩୭ ଡିସେମ୍ବର ୨୮ ତାରିଖରେ ସେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ । ନିଜର କଠିନ ପରିଶ୍ରମ ବଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରତନ । ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ରତନ ଟାଟା । ୧୯୯୧ ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ରତନ ନାଭାଲ ଟାଟା । ଗତ କିଛି ଦିନ ଧରି ଲଗାତାର ତାଙ୍କର ଅସୁସ୍ଥତା ନେଇ ଖବର ପ୍ରକାଶ ପାଉଛି।
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।