ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଏନକାଉଣ୍ଟର । ୧୯ ନକ୍ସଲ ନିପାତ । ତେଲେଙ୍ଗାନା, ବିଜାପୁର ଏବଂ ସୁକୁମା ଜଙ୍ଗଲରେ ସୁରକ୍ଷା ବାହିନୀ ନକ୍ସଲ ମଧ୍ୟରେ ଗୁଳିବିନିମୟ । ବହୁ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ଆଧାରରେ ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ଏକ ମିଳିତ ଯବାନ ଅପରେସରେ ଯାଇଥିଲେ। ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏନକାଉଣ୍ଟର ସ୍ଥଳରୁ ଗୋଟିଏ ଏସଏଲଆର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି। ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ନକ୍ସଲ ବିରୋଧରେ ତିନୋଟି ଜିଲ୍ଲାର ଯବାନ ମାନେ ଏକ ବଡ଼ ଅପରେସନ୍ ଜାରି ରହିଛି। ଏହି ଅପରେସନରେ ଗ୍ରେହାଉଣ୍ଡ ଯବାନ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ବିଜାପୁରର ମାରୁଧବାକା ଏବଂ ପୂଜାରୀ କାଙ୍କେର ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ମଝିରେ ମଝିରେ ଗୁଳି ବିନିମୟ ଜାରି ରହିଛି।
ମୋ ଟିଭି ଓଡିଶା, ମାଲକାନଗିରି
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।