ଦାରିଙ୍ଗବାଡ଼ି, ୧୭/୪ (ସୁଶାନ୍ତ କୁମାର ସାହୁ) :
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ବ୍ରାହ୍ମଣୀଗାଁ ପଞ୍ଚାୟତ ସଦରମହକୁମାରେ ଦୀର୍ଘ ୧୪ ବର୍ଷ ହେଲା ୧୨ଟି ଏନ୍ଏଚ୍ଆର୍ଏମ୍ କୋଠା କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। କିନ୍ତୁ କୋଠା କାମ କାହିଁକି ପୂର୍ଣାଙ୍ଗ ରୂପ ନେଇପାରୁନି, ଏହାର ଉତ୍ତର ନା ବ୍ଲକ୍ ନା ଜିଲ୍ଲା ପ୍ରଶାସନ ନିକଟରେ ରହିଛି। ବର୍ତ୍ତମାନ ଏସମସ୍ତ କୋଠା ଲୋକଙ୍କ ପାଇଁ ମୁକ୍ତାକାଶ ଶୌଚାଳୟ ଓ ବେପାରୀଙ୍କ ପାଇଁ ଡରିଂ ୟାର୍ଡ ପାଲଟିଛି।
900Г ମସିହା ବେଳକୁ ବ୍ରାହ୍ମଣୀଗାଁ ଏକ ମାଓପ୍ରବଣ ଇଲାକା ହୋଇଥିବା ବେଳେ ଏଠାରେ କୌଣସି ଡାକ୍ତର ଏବଂ ସ୍ବାସ୍ଥ୍ୟବିଭାଗ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ସରକାରୀ କର୍ମଚାରୀ ରହିବାକୁ ସୁରକ୍ଷିତ ମଣୁ ନଥିଲେ। ଏପରିକି ମାଓ ଭୟର ଆଳ ଦେଖାଇ ଡ୍ୟୁଟି ମଧ୍ୟ କରିବାକୁ ଆସୁ ନଥିଲେ । ଫଳରେ ୮ଟି ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ତଦାରଖ କରିବା ଓ ଯୋଜନାର ସୁଫଳ କାର୍ଯ୍ୟକାରିତା ଚିନ୍ତାର ବିଷୟ ପାଲଟିଥିଲା ।

ଏହାକୁ ଆଖି ଆଗରେ ରଖି କର୍ମଚାରୀ ଓ ଅଧିକାରୀମାନେ ରହିବାକୁ ବ୍ରାହ୍ମଣୀଗାଁ ପଞ୍ଚାୟତ ସଦରମହକୁମାରେ ମୋଟ ୧୪ଟି କୋଠା ନିର୍ମାଣ ପାଇଁ ରାଜ୍ୟ ସରକାର ସେତେବେଳେ କୋଟିଏରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ। ବ୍ଲକ୍ ପ୍ରଶାସନ ପକ୍ଷରୁ କୋଠା କାମ ଆରମ୍ଭ ହୋଇଥିଲା | ତନ୍ମଧ୍ୟରୁ ୨ଟି କୋଠାର କାମ ଶେଷ ହୋଇଥିବା ବାକି ୧୨ଟି କୋଠାର କାମ ଅଟକିଗଲା। ଛାତ ଲେବୁଲ୍ ପରେ ଆଉ କାମ ଆଗେଇପାରିଲାନି।
ଏହାମଧ୍ୟରେ ୧୪ ବର୍ଷ ବିତିସାରିଥିବା ବେଳେ ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ସମସ୍ତ କୋଠା ସେମିତି ଅଧାପନ୍ତରିଆ ଭାବେ ପଡ଼ିରହିଛି। ଏନେଇ ସରପଞ୍ଚ ରମେଶ ଚନ୍ଦ୍ର ମାଝୀ ପ୍ରାକ୍ତନ ଜିଲ୍ଲାପାଳ ଡା.ବୃନ୍ଦା.ଡି’ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ | ତଥାପି କୌଣସି ସୁଫଳ ମିଳୁନି। ଏଥିରେ ବଡ଼ଧରଣର ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହ ଭିଜିଲାନ୍ସ୍ ତଦନ୍ତ ଦାବି କରିଛନ୍ତି
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ