ଦାରିଙ୍ଗବାଡି,୧୩/୦୪(ସୁଶାନ୍ତ କୁମାର ସାହୁ)
ମୋବାଇଲ ରୁ ମୋବାଇଲ ଘୁରୁ ବୁଲୁଛି ଜଣେ ବୃଦ୍ଧାଙ୍କ ଦୁଃଖର କାହାଣୀ ଦୀର୍ଘ ବର୍ଷ ଧରି ବିଜେଡି କୁ ଭୋଟ ଦେଲି ହେଲେ ମୋର ଘର ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗିବାଡ଼ି ପଞ୍ଚାୟତ ର ସାତ ନମ୍ବର ୱ।ଡ଼ ରେ ରୁହନ୍ତି ଦୁଃଶା ନାୟକ ବୟସ ୭୪ ବର୍ଷ ନିଜ ସ୍ତ୍ରୀ ମରିଗଲେଣି ହେଲେ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କୁ ବାରମ୍ବାର ପକା ଘର ଗୋଟେ କରିଦେବା ପାଇଁ କହିଲା ପରେ ଆଜି ପର୍ଯ୍ୟନ୍ତ ହୋଇ ପାରୁ ନାହିଁ ।ନିଜକୁ ଧିକ ମନେ କରିବା ସହିତ ସାଧାରଣ ନିର୍ବାଚନ ଆସୁଥିବାରୁ ନେତାଙ୍କୁ ପୁଣି ଗୁହାରି କରିବା କହିଥିବା ବେଳେ ଏକ ଭିଡ଼ିଓ ଶୁଟିଙ୍ଗି କରି ସୋସିଆଲ ମିଡିଆରେ ଛାଡ଼ି ଚର୍ଚ୍ଚାରେ ବୃଦ୍ଧା ଦୁଃଶା ନାୟକ ହେଲେ ଏହା ସାଧାରଣରେ ଆଲୋଚନା ହେଉଛି ଗ୍ରାମାଞ୍ଚଳର ରହୁଥିବା ଏହି ପରି ସହ ସହ ଲୋକେଙ୍କ ପାଖରେ ଭଲ ଘର ଖଣ୍ଡିଏ ବି ନାହିଁ ।ତେଣୁ ପ୍ରଶାସନ ତଦନ୍ତ କରି ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଗ୍ରାମବାସୀ କହିଛନ୍ତି ।
ବୁଢ଼ା ହେଲେଣି ମରିବି ହେଲେ ଆଜି ପର୍ଯ୍ୟନ୍ତ ମୋର ଇନ୍ଦିରା ଆବାସ ଘର ଆସିନୀ ,ମୁଁ ଆଉ ବଞ୍ଚିବାକୁ ଚାହୁଁନି :ଦୁଃଶା ନାୟକ

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ