ବିଶାଳଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ବିଶାଳଙ୍କ ସହ କିରିମିରା ବ୍ଲକର ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାଯାଇଛି । ଅଟକ ରଖାଯାଇଥିବା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଵିଶାଲ ଦାସ। ଏନେଇ ସେ ରାଜ୍ୟ ସରକାର ଓ ଉତ୍ତରାଞ୍ଚଳ ଆଇ.ଜି.ଙ୍କୁ ଏଭଳି ଅଗଣତାନ୍ତ୍ରୀକ କାର୍ୟ୍ୟ ନକରିବା ପାଇଁ କହିଛନ୍ତି।
ସୂଚନାନୁସାରେ ଆଜି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ହେବ। ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ । ସେ କହିଛନ୍ତି ଯେ ଦୁଇ ବର୍ଷ ତଳେ ବାପାଙ୍କୁ ପୋଲିସ ଗୁଳିରେ ହତ୍ୟା କରାଯାଇଥିଲା ଏବଂ ଗତକାଲି ମୋ ଭାଇ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିବାରୁ ତାକୁ ମଧ୍ୟ ଛତିଶଗଡ଼ ପୋଲିସ ଉଠାଇ ନେଇଛି । ତେବେ ଅଟକ କରାଯାଇଥିବା ନେଇ କହୁଥିବା ବେଳେ ଗଣତନ୍ତ୍ରର ହତ୍ୟା କରାନଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଝାରସୁଗୁଡା ପୂର୍ବତନ ବିଧାୟିକା ତଥା ଵିଶାଲଙ୍କ ଭଉଣୀ ଦୀପାଲି ଦାସ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ବେଆଇନ ବାଲିଗାଡିକୁ ଧରିବାରୁ ଧାରଣାରେ ବସିଲେ ଗାଡି ମାଲିକ
ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ ଦିବସ
ମର୍ମନ୍ତୁଦ ବସ ଦୁର୍ଘଟଣା