ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ବୁର୍ଲାଙ୍ଗି ଗ୍ରାମରେ ମିଲେଟ୍ ମିଶନ ଏବଂ ନିର୍ମାଣ ଅନୁଷ୍ଠାନ ମାଧ୍ୟମରେ କନ୍ଧମାଳର ପାରମ୍ପରିକ ଖାଦ୍ୟ ଉପରେ ଅଞ୍ଚଳବାସୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଣ୍ଡିଆ, କୁଏରି, କାଙ୍ଗୁ ପରି ଖାଦ୍ୟ ବିହନ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମକୁ ଡଃ ପ୍ରଶାନ୍ତ ମହାନ୍ତି ପରିଚାଳନା କରିଥିବା ବେଳେ ଏଥିରେ ଅତିଥି ଭାବେ ତୁମୁଡ଼ିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ବନ ବିହାରୀ ହରିପାଲ, ଯୁବନେତା ନେତ୍ର ମାନସେଠ୍, ଉଦ୍ୟାନ ଅଧିକାରୀ ଦେବାଶିଷ୍ ମଲିକ, ଡ଼ିଜେଶ ଯୋଗୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।