February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେପି ୩ ଗୋଟି ମଣ୍ଡଳ ର ସଭାପତି ଓ ପ୍ରତିନିଧି ଙ୍କ ନାଁ ଘୋଷଣା ପରେ କର୍ମି ମହଲ ରେ ଉତ୍ସାହ।

କଳାହାଣ୍ଡି:୦୭/୦୧(ସନତ ପ୍ରଧାନୀ)


ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକ ରେ ଥିବା ବିଭିନ୍ନ ମଣ୍ଡଳ ର ସଭାପତି ଓ ପ୍ରତିନିଧି ଙ୍କ ନାଁ ଘୋଷଣା କରାଯାଇଛି। କୋକସରା ବ୍ଲକ ରେ ୩ ଗୋଟି ଯୋନ ଆମପାଣି, କୋକସରା ଓ ମୋଟେର ରହିଥିବା ବେଳେ ଆମପାଣି ମଣ୍ଡଳ ପାଇଁ ଆଦିବାସୀ ଯୁବନେତା ମଧୁବନ ପାତ୍ର ଙ୍କୁ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ଭାବେ ପୂର୍ବତନ ସଭାପତି ଅର୍ଜୁନ ଭାଟି, କୋକସରା ମଣ୍ଡଳ ପାଇଁ ଓବିସି ବର୍ଗ ର ଯୁବନେତା ବସନ୍ତ କୁମାର ନାଗ ସଭାପତି ଓ ଦୁର୍ଗା ପ୍ରସାଦ ପ୍ରଧାନୀ ମଣ୍ଡଳ ପ୍ରତିନିଧି ସେହିପରି ମୋଟେର ମଣ୍ଡଳ ସଭାପତି ଭାବେ ପୂର୍ବତନ ଖୁଣ୍ଟିଆ।ପଞ୍ଚାୟତ ସରପଞ୍ଚ ଧର୍ମବ୍ରତ ପଣ୍ଡା ଙ୍କୁ ସଭାପତି ଓ ଚକ୍ରଧର ନାଏକ ଙ୍କୁ ମଣ୍ଡଳ ପ୍ରତିନିଧି ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି। ତିନି ମଣ୍ଡଳ ର ସଭାପତି ଓ ପ୍ରତିନିଧି ଙ୍କୁ ବ୍ଲକ ର ବିଜେପି ର କର୍ମକର୍ତ୍ତା ଓ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି। ଦଳ ପାଇଁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ଦଳ ପ୍ରତି ଆନୁଗତ୍ୟ ରଖିବା ସହ ଦଳ ର ସଙ୍ଗଠନ କୁ ସୁଦୃଢ କରିବାକୁ ନିର୍ବାଚିତ ପ୍ରତିନିଧି ମାନେ ମତ ଦେଇଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।