January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ପଡିବ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ।

ମୋଟିଭି ଓଡିଶା : ଆଜି ପଡିବ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ। ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ୍ ଗଣତି । ଆଶଙ୍କାରେ ନେତା।  ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ ହୋଇଛି। ରାଜ୍ୟରେ ସମସ୍ତ ୭୦ କେନ୍ଦ୍ରରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ଲୋକସଭା ନିର୍ବାଚନରେ ପ୍ରାୟ ୧ ଲକ୍ଷ ୪୭ ହଜାର ଓ ବିଧାନସଭାରେ ପ୍ରାୟ ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି କରାଯିବ। ପ୍ରତିଟି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି ହେବ। ଏଥିପାଇଁ ପ୍ରତି ଟେବୁଲରେ ରହିଛନ୍ତି ଜଣେ ଏଆରଓ। ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍ ପେଡି। ମୋଟ୍ ୩ ହଜାର ୫୮୯ ଟେବୁଲରେ ଇଭିଏମ୍ ଗଣତି କରାଯିବ। ବିଧାନସଭା ପାଇଁ ୧ ହଜାର ୭୯୯ ଏବଂ ଲୋକସଭା ପାଇଁ ୧ ହଜାର ୭୯୦ କାଉଟିଂ ଟେବୁଲ କରାଯାଇଛି।  ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି, ତାହା ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଛି।

Latest news