January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ମୋ ଟିଭି ଓଡିଶା / ନୂଆଦିଲ୍ଲୀ: 

ଆଜି କେନ୍ଦ୍ର କ୍ୟାବିନେଟ, ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ପ୍ରଦାନ କରିଛି । ଦଶହରାରେ ନ ହେଲା ନାହିଁ, ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର । ବଢ଼ାଇଲେ ମହଙ୍ଗା ଭତ୍ତା (Dearness Allowance- DA) । ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଖୁସ୍ କରିଛନ୍ତି କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର, ସମସ୍ତ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ମହଙ୍ଗା ଭତ୍ତା ବୃଦ୍ଧି ସଂପର୍କିତ ପ୍ରସ୍ତାବରେ ମୋହର ଲାଗିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସେହିପରି ଅବସରପ୍ରାପ୍ତ ପେନସନ ଧାରୀ ସମାନ ୩ ପ୍ରତିଶତ ଡିୟରନେସ ରିଲିଫ୍( Dearness Relief-DR) ପାଇବେ । ଏହା ପିଛିଲା ଭାବେ ୨୦୨୪ ଜୁଲାଇ ପହିଲାରୁ ଲାଗୁହେବ ।

କେନ୍ଦ୍ର ସରକାର, ଆଜି ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଶାଇ ମୋଟ ୧ କୋଟି ୧୫ ଲକ୍ଷ ଉପକୃତ ହେବେ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ୯୪୪୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଚଳିତବର୍ଷ ଏହା ହେଉଛି ଦ୍ବିତୀୟ ମହଙ୍ଗା ଭତ୍ତା ବୃଦ୍ଧି । ପୂର୍ବରୁ ୨୦୨୪ ପ୍ରଥମାର୍ଦ୍ଧରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।

Latest news