ମୋ ଟିଭି ଓଡ଼ିଶା,ଦାରିଙ୍ଗବାଡି ୧୦/୦୮(ସୁଶାନ୍ତ କୁମାର ସାହୁ):
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ରୋଡ଼ ପରିସର ମଧ୍ୟରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ଚୋରି ହୋଇଥିବା ନେଇ ଗ୍ରହାକ ସେବା କେନ୍ଦ୍ରର ପରିଚାଳକ ଲିଟୁ ପ୍ରଧାନ ସୂଚନା ଦେଇଛନ୍ତି ।
ଖବର ଲେଖା ସମୟ ସୁଧା ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ଶୁକ୍ରବାର ଦିନ ବୁଡ଼ାଗୁଡା ଠାରେ ସାପ୍ତାହିକ ହାଟ ହେଉଥିବା ବେଳେ ରାତିରେ ଜୁଆ ଖେଳ ହେଉଥିବା ଜଣା ପଡ଼ିଛି ତେବେ ରାତିରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି ଲିଟୁ ପ୍ରଧାନ ଶୁକ୍ରବାର ସନ୍ଧ୍ୟା ୭.୩୦ ସମୟରେ ଗ୍ରାହକ ସେବା କେନ୍ଦ୍ରକୁ ବନ୍ଦ କରି ନିଜ ଘର କୁକେରମାହା ଯାଇଥିବା ବେଳେ ସକାଳୁ କିଛି ଲୋକେ ଏହାଦେଖି ଲିଟୁ ପ୍ରଧାନଙ୍କୁ ଫୋନରେ ଜଣାଇଥିଲେ ।

ଲିଟୁ ଆସି ଦେଖିବା ବେଳେ ଗ୍ରାହକ ସେବା କେନ୍ଦ୍ରରୁ କାନ୍ଥ ଭାଙ୍ଗି କେହି ଦୁର୍ବୃତ୍ତ ଭିତରେ ପଶି ଡ୍ର ଭାଙ୍ଗି ୩୦,୦୦୦ (ତିରିଶି ହଜାର ନଗଦ ଟଙ୍କା ସହିତ କିଛି ଖୁଚୁରା ପଇସା ନେଇଥିବା ଜାଣିବାକୁ ପାଇଥିଲେ ଅନ୍ୟ କିଛି ଲାପଟପ , କମ୍ପୁଟର ନେବା ପାଇଁ ସକ୍ଷମ ହୋଇନଥିବା ବେଳେ ଖାଲି ଟଙ୍କା ନେଇଥିବା ଜଣାପଡିଛି ତେବେ ବୁଡ଼ାଗୁଡା ଠାରୁ ବାଲିଗୁଡା ଥାନା ୨୮କିଲୋମିଟର ହୋଇଥିବାରୁ ଥାନାରେ ଯାଇ ଅଭିଯୋଗ ପାଇଁ ଯାଇଥିବା ଜଣା ପଡ଼ିଛି ତେବେ ଏହି ବୁଡ଼ାଗୁଡା ପଞ୍ଚାୟତ ରେ ଏଭଳି ବାରମ୍ବାର ଚୋରି ହେଉଥିବାରୁ ଏଠାରେ ରହୁଥିବା ବ୍ୟବସାୟ ସୁରକ୍ଷିତ ନଥିବା କହିଛନ୍ତି ଗ୍ରାମର ଗୁଣାକର ପାତ୍ର, ଯିରୀମା ପ୍ରଧାନ, ବିଷପ ପ୍ରଧାନ, ଶ୍ରୀୟଲ ମଲ୍ଲିକ, କୁନା ସେନାପତି ଏହି ପଞ୍ଚାୟତ ଠାରେ ଥିବା ଥାନାକୁ ତୁରନ୍ତ ଚାଲୁ କରିବା ପାଇଁ ସାଧାରଣ ରେ ଦାବିହେଉଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।