ମୋ ଟିଭି ଓଡିଶା / ଭୁବନେଶ୍ୱର :
ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ। କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ତାଙ୍କୁ ପରଖି ନେବା ଉଚିତ। କାରଣ ଏହାଦ୍ୱାରା ଭବିଷ୍ୟତରେ ପ୍ରତାରିତ ହେବାରୁ ନିଜକୁ ରକ୍ଷା କରିହେବ। ତେବେ ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ରଖିବା ଉଚିତ। 👇
୧ – ଶୁଦ୍ଧ ସୁନାକୁ ପରଖିବା ପାଇଁ ଯେପରି ଘଷିବା, କାଟିବା, ନିଆଁରେ ତତାଇବା ଏବଂ ହାତୁଡ଼ି ପାହାର ଖାଇବାକୁ ପଡ଼ିଥାଏ, ସେହିଭଳି କୌଣସି ବ୍ୟକ୍ତିକୁ ପରଖିବା ପାଇଁ ତ୍ୟାଗ, ଗୁଣ, କର୍ମ ଏବଂ ଚରିତ୍ର ଭଳି ଚାରୋଟି କଥାକୁ ଧ୍ୟାନ ଦେବା ଉଚିତ।
୨ – କୌଣସି ବ୍ୟକ୍ତି ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ଅନ୍ୟପାଇଁ ତ୍ୟାଗ କରିଛନ୍ତି କି ନାହିଁ ଜାଣି ନିଅନ୍ତୁ। ଯଦି କେହି ଅନ୍ୟର ସୁଖ ପାଇଁ ନିଜର ସୁଖକୁ ତ୍ୟାଗ କରେ ତେବେ ସେଭଳି ବ୍ୟକ୍ତି ବିଶ୍ୱାସଯୋଗ୍ୟ ।
୩ – ଯେଉଁ ଲୋକର ଚରିତ୍ର ଭଲ ସେ ଅନ୍ୟ ବିଷୟରେ କେବେହେଲେ ଖରାପ କଥା ଚିନ୍ତା କରନ୍ତି ନାହିଁ। ଏଭଳି ଲୋକ ଉପରେ ବିଶ୍ୱାସ କରିହୁଏ। ଅପରପକ୍ଷେ ଅନ୍ୟ ବିଷୟରେ ଖରାପ କଥା କହୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ।
୪ – ଯେଉଁ ଲୋକ ନିଜ ସ୍ବାର୍ଥ ପାଇଁ କାହାକୁ ପ୍ରତାରିତ କରିପାରେ। ଲୋଭୀ ସ୍ବଭାବର ଏବଂ ମିଛ କହି ଧନ କମାଇଥାଏ, ସେଭଳି ଲୋକଙ୍କ ଉପରେ ଭରସା କରିବା ଉଚିତ ନୁହେଁ। ଏଣୁ କେବଳ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ।
ସତ୍ୟାନନ୍ଦ ପାଣିଗ୍ରାହୀ
More Stories
ଏଣିକି ଓଡ଼ିଆ ଭାଷାରେ MBA ପଢିବେ ଛାତ୍ରଛାତ୍ରୀ
୬ବର୍ଷ ହୋଇନଥିଲେ ସ୍କୁଲରେ ନାମ ଲେଖାଇ ପାରିବେନାହିଁ
NEP ଲାଗୁ ହେଲେ କ’ଣ ପରିବର୍ତ୍ତନ ଆସିବ?