ମୋ ଟିଭି ଓଡିଶା / କଳାହାଣ୍ଡି:୧୬/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ନକଲି ସାର ଗୋଦାମ ଉପରେ କୃଷି ବିଭାଗ ଓ ଗୋଲାମୁଣ୍ଡା ପୋଲିସ ଦ୍ୱାରା ଚଢ଼ାଉ ହୋଇଥିବା ବେଳେ ୪୮୮ ବସ୍ତା ସାର ଜବତ କରିଥିଲେ କୃଷିବିଭାଗ । ଉକ୍ତ ନକଲି ସାର ବିକ୍ରି କରୁଥିବା ବ୍ୟବସାୟୀ ଜଣକ ହେଲେ ହରିଆଣା ରାଜ୍ୟର ଜୟବିର ସିଂ । ସେ ଗୋଲାମୁଣ୍ଡା ଅଞ୍ଚଳରେ ପୂର୍ବରୁ ମଧ୍ୟ ବେଇଆନ ଭାବେ ସାର ବିକ୍ରି କରି ଆସୁଥିଲେ । ଗୋଦାମ ରୁ ସାର ଜବତ ଘଟଣା ପରେ ଗୋଲାମୁଣ୍ଡା ପୋଲିସ ଜୟବିର ସିଂକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥଲେ ଓ ଥାନା କେଶ ନମ୍ବର ୧୦୦/୨୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଆସାମୀ ଜୟବିର ସିଂ ଫେରାର ମାରୁଥିଲେ ତେବେ ପୋଲିସ ତାଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲେ। ଏନେଇ ଗୋଲାମୁଣ୍ଡା ପୋଲିସ ଆଇ.ଆଇ.ସି ଶ୍ଵେତାପଦ୍ମା ସେଠ ପ୍ରକାଶ କରିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।