ମୋ ଟିଭି ଓଡିଶା / କଟକ :
କଟକରେ ନକଲି ମଦ ବିକ୍ରି ଚାଲିଥିବା ବେଳେ ଚଢାଉ କଲା ଅବକାରୀ ଟିମ୍। ସିଲଭର ସିଟିରେ ନକଲି ରାଜ । ଯେମିତି ନକଲି ହବ୍ ପାଲଟିଗଲାଣି କଟକ । ତେବେ ନକଲି କ୍ଷୀର ମିଳିବାର କେଇଟା ଦିନ ନବିତୁଣୁ ମିଳିଲା ନକଲି ମଦ । ଅସଲି ନାଁରେ ବିକ୍ରି ଚାଲିଥିଲା ପାଣି ମିଶା ମଦ । ଅବିକଳ ମଦ ଭଳି ଲାଗୁଥିଲେ ମଧ୍ୟ ତାହା ନକଲି ଥିଲା । ଯାହାକୁ ଆଜି ରେଡ଼ କରିବା ସହ 5 ଜଣଙ୍କୁ ଅଟକ ରଖିଛି କଟକ ଅବକାରୀ ଟିମ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଖବର ପାଇ ଏକ ବାର ଉପରେ ଅବକାରୀ ବିଭାଗ କରିଛି ଚଢ଼ାଉ । ବାରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ଟିମ l ଆଜି(ଗୁରୁବାର) ସକାଳୁ ଅବକାରୀ ବିଭାଗର 10ଜଣିଆ ଟିମ ଏକ ବାର ମାଲିକଙ୍କ ଘର ଭଦ୍ରେଶ୍ବର ଥାନା ପ୍ରହରାଜ ପୁର ଠାରେ ଚଢ଼ାଉ କରି ନକଲି ବିଦେଶୀ ମଦ ସହିତ ବ୍ୟବହୃତ ହେଉଥିବା ବୋତଲ ଲୋଗକୁ ଜବତ କରିଛି ଟିମ ।
ଏଥିରେ ବାରର କର୍ମଚାରୀ ଏବଂ ଘରେ ପ୍ରସ୍ତୁତ କରୁଥିବା ଯୁବକଙ୍କ ମଧ୍ୟ ସମ୍ପୃକ୍ତ ରହିଛନ୍ତି । ଏଥିରେ ଵ୍ୟବହୃତ ହେଉଥିବା 3ଟି ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ତାହା ସହ ଅଧିକ ତଦନ୍ତ ଚଳାଇଛି ଅବକାରୀ ବିଭାଗର 10ଜଣିଆ ଟିମ l ଭୁବନେଶ୍ବରରେ ଏକ ବଡ଼ ନକଲି ମଦ ବାର ଉପରେ ଚଢ଼ାଉ ପରେ ଆଜି କଟକରେ ସମାନ ଢଙ୍ଗରେ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଏନେଇ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରି କହିଛନ୍ତି, ‘ଏହି ବାରରେ ଦୀର୍ଘଦିନ ହେବ ନକଲି ମଦ ବ୍ୟବସାୟ ଚାଲିଥିଲା । ପାଣି ମିଶାଇ ମଦ ତିଆରି କରାଯାଉଥିଲା । ଆଜି ଖବର ପାଇ ଅବକାରୀ ଟିମ ଏହି ବାର ଉପରେ ରେଡ଼ କରିବା ସମୟରେ ନିକଟସ୍ଥ ଦୁଇଟି ଘରରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ଏହି ଘଟଣାରେ 5 ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଯଦି ମାଲିକ ନାଁରେ ନକଲି ମଦ ବିକ୍ରି ଅଧିକ ପ୍ରମାଣ ମିଳେ ପ୍ରଥମେ ତାଙ୍କର ଲାଇସେନ୍ସ ରଦ୍ଦ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।’
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।