January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲୋକସେବା ଭବନରେ ନକଲି ଅଧିକାରୀ ।

ଚାକିରି କରାଇଦେବାକୁ କହି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଦଲାଲ ବ୍ୟାସଦେବ ରଣାଙ୍କୁ ଗିରଫ କଲା ପୋଲିସ । ପଂଚାୟତିରାଜ ବିଭାଗର ସେକ୍ସନ ଅଫିସର କହି ଠକୁଥିଲେ ବ୍ୟାସଦେବ । ତାଙ୍କ ପାଖରୁ ମିଳିଛି ନକଲି ସେକ୍ସନ୍ ଅଫିସରର ପରିଚୟ ପତ୍ର । ଠକେଇ ନେଇ ଏତଲା ଦେଇଥିଲେ ପୂର୍ଣ୍ଣଚନ୍ଦ୍ର ପରିଡ଼ା । ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଏତଲା ଆଧାରରେ ବ୍ୟାସଦେବଙ୍କୁ ଲୋକ ସେବା ଭବନ ଗେଟ ଆଗରୁ ଗିରଫ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି, ଭୁବନେଶ୍ୱରରେ କିଛି ଦିନ ହେଲା ରହୁଛନ୍ତି । ଚାକିରୀ କରାଇଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଂକା ଠକେଇ କରିଥିବା ଅଭିଯୋଗ ହେଉଛି। ଘଟଣାରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ କରୁଛି । ମିଳିଥିବା ନକଲି ପରିଚୟ ପତ୍ରରେ ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ଭ୍ୟାଲିଡିଟି ରହିଛି । ତେବେ ଏହି ପରିଚୟ ପତ୍ରଟି ପୂର୍ବ ସରକାର ସମୟରେ ଦିଆଯାଇଥିବାରୁ ବିଜେଡି ଲିଙ୍କ ଥିବା ନେଇ ସନ୍ଦେହ କରାଯାଉଛି ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।