February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଗାଣ ବର୍ଷାରେ ଘର ଭାଙ୍ଗିଯିବାରୁ ବାସହରା ହୋଇପଡିଛନ୍ତି ପରିବାର, ଅନ୍ୟର ଦୁଆର ବାରଣ୍ଡା ଏବେ ରହିବା ପାଇଁ ସାହା ଭରଷା ।


ମୋଟିଭି ଓଡ଼ିଶା, ଫୁଲବାଣୀ: ୨୬/୭(ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ):

ରାଜ୍ୟରେ ଲଘୁଚାପ ପ୍ରଭାବରେ ତୁହାକୁତୁହା ବର୍ଷା ଲାଗିରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ୍ୟ ପାଞ୍ଚଦିନ ହେବ ବର୍ଷା ଲାଗିରହିଛି I ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଜିଲ୍ଲାର ଅନେକ ଜାଗାରେ ନଦୀନାଳ ମାନଙ୍କରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଅନେକ ଗାଁ ଏବେ ବାହ୍ୟଜାଗତରୁ ବିଛିନ୍ନ ହୋଇପଡିଛି I ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ମଧ୍ୟ ବର୍ଷା ଲାଗିରହିଥିବା ବେଳେ ବର୍ଷା ପାଇଁ ବ୍ଲକର ବିଭିନ୍ନ ଜାଗାରେ ଅନେକ କ୍ଷୟକ୍ଷତି ମଧ୍ୟ୍ୟ ହୋଇଥିବା ସୂଚନା ମିଲିଛି । ଲଘୁଚାପ ବର୍ଷା ପ୍ରଭାବରେ ଆଜି ଗୋଟିଏ ପରିବାରର ପାଞ୍ଚ ସଦସ୍ୟ ସମ୍ପୂର୍ଣ୍ଣ ବାସହରା ହୋଇ ପର ପିଣ୍ଡାରେ ରାତି କାଟୁଥିବା ଭଳି ଖବର ପ୍ରାପ୍ତ ହୋଇଛି । ତେବେ ସୂଚନା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୧୧ଘଟିକା ସମୟରେ ଅତ୍ୟଧିକ ବର୍ଷା ହେବାରୁ ଘର କାନ୍ତ ଭୁଶୁଡ଼ି ଛପର ଉଡ଼ି ସଂପୂର୍ଣ୍ଣ ନଷ୍ଟ ହେଇଛି। ରାତିରେ ସମସ୍ତେ ସୋଇଥିଲେ କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପାଞ୍ଚ ପ୍ରାଣୀ । କାହାର କିଛି କ୍ଷତି ହୋଇନଥିବା ଜଣା ପଡ଼ିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଂଚାୟତ ଡେଡିସରୁ ଗ୍ରାମର ମିଟୁ ବଗର୍ତ୍ତି ନିଜ ସ୍ତ୍ରୀକୁ ଓ ଛୁଆ ଦୁଇଟା କୁ ନେଇ ଏକ ଝାଟିମାଟି କୁଡ଼ିଆରେ ଦିନ କାଟୁଥିଲା ।ଜଙ୍ଗଲରୁ କାଠ ସଂଗ୍ରହ କରି ସେଥିରେ ଘର ତିଆରି କରି ନିଜ ପରିବାର ପାଇଁ ଆଶ୍ରୟସ୍ଥଳୀଟେ ଗଢିଥିଲା ।ଉଭୟ ଛାଉଣୀ ଓ କାନ୍ଥ ଇଟାରେ ତିଆରି ହୋଇଥିଲା । ଅନେକ ବର୍ଷର ଖଟଣି ପରେ ସେଥିରୁ କିଛି ସଂଚୟ କରି ଘରଟିଏ ଗଢି ତୋଳିବାରେ ସକ୍ଷମ ହୋଇ ପାରିଥିଲା ମିଟୁ ।ହେଲେ ଲଘୁଚାପ ବର୍ଷା ଆସି ମିଟୁର ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଗଲା ।ବର୍ତମାନ ମିଟୁ ଓ ତା ପରିବାର ବାର ଦୁଆରେ ମୁଣ୍ଡ ଗୁଂଜୁଛନ୍ତି ।ଆଗକୁ ମୌସୁମୀର ଆଗମନ ଥିବାରୁ ରହଣି ପାଇଁ ପରିବାର ଲୋକେ ବଡ଼ ଚିନ୍ତିତ ଅଛନ୍ତି । ପ୍ରଶାସନ ଏହି ନିରାଶ୍ରୟ ପରିବାରର ଯଥାଶୀଘ୍ର ଥଇଥାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।