ମୋ ଟିଭି ଓଡିଶା / କଳାହାଣ୍ଡି:୨୧/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ କୋର୍ଟ ପରିସରରେ ଧର୍ମଗଡ ଓକିଲ ସଙ୍ଘ ପକ୍ଷରୁ ଗୁରୁବାର ଅପରାହ୍ନ ୩ ଟା ସମୟରେ ଧର୍ମଗଡ କୋର୍ଟ ରେ କାର୍ଯ୍ୟରତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ବିଶ୍ୱ ବିଶୃତ କରଙ୍କ ଉଦ୍ଦେଶ୍ୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି, ଶ୍ରୀମତୀ ପ୍ରାଜ୍ଞ୍ୟା ପରମିତା ସ୍ୱାଇଁ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ଶ୍ରୀ ରାଜେଶ ଦାସ, ଧର୍ମଗଡ ଆଇନଜୀବୀ ସଂଘ ସଭାପତି ଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଶୀ, ସମ୍ପାଦକ ଥବିର ପ୍ରସାଦ ସାହୁ,ବରିଷ୍ଠ ଆଇନଜୀବି ଶ୍ରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ଭାବବିହୁଳ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ସଙ୍ଘ ର ସମସ୍ତ ଓକିଲ ଉପସ୍ଥିତ ଥିଲେ।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।