କଣାସ,୪.୧୨.୨୦୨୪ :
କଣାସ ବ୍ଳକ ବଡଓରା ଠାରେ ଇଣ୍ଡିଆନ ଫାର୍ମର୍ସ ଫଟିଲାଇଜର କୋପରେଟିଭ ଲିମିଟେଡ (ଇଫକୋ) କଂପାନୀ ପକ୍ଷରୁ ଏକ ଚାଷୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

ସର୍ବେଶ୍ୱର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କ୍ରୁଷି ସଚେତନତା ସଭାରେ ମୁଖ୍ଯ ଅତିଥିଭାବେ ପୁରୀ ଜିଲ୍ଲା ଅତିରିକ୍ତ କ୍ରୁଷି ଅଧିକାରୀ ଅଜୟ କୁମାର କର,ମୁଖ୍ଯ ବକ୍ତା ଭାବେ ଇଫକୋ ଉପ କ୍ଷେତ୍ର ପ୍ରବନ୍ଧକ ସୌମ୍ୟ ରଂଜନ ହାତୀ, ସମ୍ମାନୀତ ଅତିଥିଭାବେ ଇଫକୋ ଉପ କ୍ଷେତ୍ର ପ୍ରବନ୍ଧକ ବିକ୍ରମ କେଶରୀ ପାତ୍ର, ଇଫକୋ ଏମସି ର ଆଂଚଳିକ ମାର୍କେଟିଂ ମ୍ୟାନେଜର ଦିବ୍ୟ ରଂଜନ ଓତା ଓ ବିଶିଷ୍ଟ ଅତିଥିଭାବେ ଅଂଚଳର ଅଗ୍ରଣୀ ଚାଷୀ ପ୍ରଭାକର ଲେଙ୍କା ଯୋଗ ଦେଇଥିଲେ। ଭାରତରେ ଚାଷୀମାନଙ୍କ ଚାଷ ସଂବନ୍ଧୀୟ ଉନ୍ନତି ପାଇଁ ଇଫକୋ କଂପାନୀ ଦୀର୍ଘ ୫୮ ବର୍ଷ ଧରି ସେବା ଯୋଗେଇ ଆସୁଛି। ଏଥିପାଇଁ ଭାରତର ଅନେକ ଯାଗା ଓ ଓଡିଶାରେ ମଧ୍ଯ ବିଭିନ୍ନ ଯାଗାରେ ଚାଷୀ କର୍ମଶାଳା ମାନ ଆୟୋଜନ କରୁଛି।

ଏହି ପ୍ରରିପେକ୍ଷିରେ ବଡଓରା ଠାରେ ଇଫକୋ ହୋଲସେଲର ପ୍ରସନ୍ନ କୁମାର ଜେନାଙ୍କ ଉଦ୍ୟମରେ ଇଫକୋ କଂପାନୀ ସହାୟତାରେ ଚାଷୀ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳା ରେ ଚାଷୀମାନେ କିଭଳି ଇଫକୋ କଂପାନୀ ର ତରଳ ନାନୋ ୟୁରିଆ ପ୍ଳସ, ନାନୋ ଡିଏପି ଏବଂ ଜଳ ଦ୍ରବଣୀୟ ସାର ଧାନ ଫସଲରେ ବ୍ୟବହାର କଲେ କମ୍ ଖର୍ଚ୍ଚ ରେ କିଭଳି ଅଧିକ ଅମଳ ହୋଇପାରିବ ଉପସ୍ଥିତ ଅଧିକାରୀଗଣ ଆଲୋଚନା କରିଥିଲେ। ତତସହିତ ଇଫକୋ ଏମସି ର ଧାନ ଫସଲରେ ବ୍ୟବହାର କୀଟନାଶକ,ଘାସ ମରାମତି ଓ ଫଙ୍ଗିସାଇଡ ବିଷୟରେ ଆଲୋଚନା କରାଯାଇଥିଲା।ତିନିଶହ ରୁ ଉର୍ଦ୍ଧ୍ବ ଚାଷୀ ଉକ୍ତ କର୍ମଶାଳା ରେ ଯୋଗ ଦେଇଥିଲେ।ଶେଷରେ ଇଫକୋ ହୋଲସେଲର ପ୍ରସନ୍ନ କୁମାର ଜେନା ଧନ୍ଯବାଦ ଦେଇଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।