MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧାନ ମଣ୍ଡି ଓ ଧାନର ମାନ ନେଇ ଚାଷୀ ସଚେତନତା କାର୍ଯ୍ୟକ୍ରମ।

ସରକାର ଚାଷୀ ମାନଙ୍କ ଠାରୁ ସମବାୟ ସମିତି ମାଧ୍ୟମରେ ଧାନ ଊଚିତ ମୂଲ୍ୟ ରେ କିଣିବା ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ଧାନର ସହାୟକ ମୂଲ୍ୟ ମଧ୍ୟ ସରକାର ନିର୍ଦ୍ଧାରିତ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଧାନ କିଣିବା ପୂର୍ବରୁ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଧାନର ମାନ ନିର୍ଦ୍ଧାରଣ କରିବାପାଇଁ ରାଜ୍ୟର ପ୍ରତ୍ୟୋକ ସମବାୟ ସମିତି ରେ ଏକ ଚାଷୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଆଜି କାଶିପୁର ୨ ସେବା ସମବାୟ ସମିତି ପକ୍ଷରୁ ଆଜି କର୍ମଶାଳା ଅନୁଷ୍ଠିତ ହୋଇଛି।

ସଚେତନତା କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ର ରେଜିଷ୍ଟ୍ରେଟର କୋପରେଟିଭ ସୋସାଇଟିର ଅଧିକାରୀ ଙ୍କ ଉପସ୍ଥିତିରେ ସମବାୟ କାଶୀପୁର ସେବା ସମବାୟ ସମିତି ସଭାପତି ପ୍ରଦୀପ୍ତ କୁମାର ଷଡଙ୍ଗୀଙ୍କ ସଭାପତିତ୍ରରେ ଡିଆ ଗ୍ରାମପଞ୍ଚାୟତ ପିଇଓ ପଲଟନ କିସୁ ଲେଣ୍ଡୁ ସୋସାଇଟି ଉପସଭାପତି ରମେଶ ପ୍ରଧାନଙ୍କ ଉପସ୍ଥିତ ଓ ସ୍ଥାନୀୟ ସେବା ସମବାୟ ସମିତି ରେ ନାମ ପଂଜିକରଣ କରିଥିବା ଚାଷୀ ଓ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଚାଷୀ ମାନେ ବିଭିନ୍ନ ଧାନର ମାନ ଉପରେ ଏକ ଆଲୋଚନା କରାଯାଇଥିଲା।

ଚାଷୀ ମାନେ କିଭଳି ଭାବରେ ସୁବିଧା ରେ କଟିନ ଛଟନି ନହୋଇ ଧାନ ଦେଇ ପାରିବେ ଏଥିପାଇଁ ନିର୍ଦ୍ଦିଷ୍ଟ ଆଲୋଚନା ହୋଇଥିଲା। ଏଫ୍ଏକ୍ୟୁ ଧାନ ନିର୍ଦ୍ଧାରଣ କୁ ନେଇ କେତେକ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ରେ ସମ୍ପାଦକ ଗୈ।ରଗୋବିନ୍ଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଆସନ୍ତା ୨୦୧୫ ଜାନୁୟାରୀ ମାସ ପୂର୍ବରୁ ଧାନ ମଣ୍ଡି ମାଧ୍ୟମରେ ଉଠିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ମୋ ଟିଭି ଓଡିଶା, ଟାଙ୍ଗୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।