ମୋଟିଭି ଓଡିଶା : କଳାହାଣ୍ଡି:୦୭/୦୬(ସନତପ୍ରଧାନୀ):
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼ ଟେମରି ପଞ୍ଚାୟତ ର ଚାଷି ମାନେ ରବି ଧାନ ବିକ୍ରି ପାଇଁ ସାନ ଟେମରି ମଣ୍ଡି ଉପରେ ନିର୍ଭରଶୀଳ ରହୁଥିବା ବେଳେ ଏହି ମଣ୍ଡି ରେ ଧାନ କ୍ରୟରେ ଅହେତୁକ ବିଳମ୍ବ କରୁଥିବାରୁ ଶୁକ୍ରବାର ବଡ଼ ଟେମରି ଗ୍ରାମର ଅନେକ ଚାଷି ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମଣ୍ଡିରେ ମନ୍ଥର ଗତି ରେ ଧାନ କ୍ରୟ କରୁଥିବା ନେଇ ଅଭିଯୋଗ କରିଛନ୍ତି।
ସୂଚନା ମତେ ସାନ ଟେମରି ମଣ୍ଡିରେ ମା ଧନ ମାଉଳି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଦ୍ୱାରା ଧାନ କ୍ରୟ କରା ଯାଉଥିବା ବେଳେ ଆଜିକୁ ଏକ ସପ୍ତାହ ରୁ ଅଧିକ ହେଲାଣି ଚାଷିଙ୍କ ଧାନ ଧାର୍ଯ୍ୟ ତାରିଖରେ କ୍ରୟ ହେଉନାହିଁ। ଗତ ୫ ତାରିଖରେ କାଳବୈଶାଖୀ ପ୍ରଭାବରେ ବର୍ଷା ଯୋଗୁଁ ମଣ୍ଡି ରେ ଥିବା ଅନେକ ଚାଷିଙ୍କ ଧାନ ଭିଜି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ଧାନ କ୍ରୟ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ କର୍ମଚାରୀ ମାନେ ଟାର୍ଗେଟ ନଥିବା ଦର୍ଶାଇ ଧାନ କ୍ରୟ କରୁ ନଥିବା ମଧ୍ୟ ଚାଷି ଅଭିଯୋଗ କରିଛନ୍ତି।
ଏଣୁ ମଣ୍ଡି ର ସୁ ପରିଚାଳନା ଓ ଧାନ କ୍ରୟ ତ୍ୱରାନ୍ୱିତ କରିବାକୁ ଶୁକ୍ରବାର ଚାଷି ଡମ୍ବରୁ ଧର ବାଗ, ରାକେଶ ମାଝୀ, କୈଳାଶ ଚନ୍ଦ୍ର ମାଝୀ, କପିଳ ମାଝୀ, ଦିବାକର ରଣା, ବିରଞ୍ଚି ପାନ, ହେମନ୍ତ ମାଝୀ, ସୁରଥ ସିଂ, ଦିଗାମ୍ବର ମାଝୀ, ଚିତରୁ ମାଝୀ ସମେତ ଅନ୍ୟ ଚାଷି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଆଣିଛନ୍ତି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ