MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆସନ୍ତା ୩ ତାରିଖରେ ମୋଟେର ଛକ ରେ ଜଳସେଚନ ଦାବି ରେ ଜାତୀୟ ରାଜପଥ ଅବରୋଧ କରିବେ ଚାଷୀ।


କଳାହାଣ୍ଡି:୩୦/୧୧
ରିପୋର୍ଟ—ସନତ ପ୍ରଧାନୀ


ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ମେଗାଲିଫ୍ଟ ପ୍ରକଳ୍ପ ରୁ ଚଳିତ ରବି ଚାଷ ପାଇଁ ଜଳସେଚନ ବନ୍ଦ ନେଇ ବିଭାଗୀୟ ନିଷ୍ପତ୍ତି ପରେ ଚାଷୀ ଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବା ସହ ଆସନ୍ତା ୩ ତାରିଖରେ କୋକସରା ବ୍ଲକ ର ମୋଟେର ଛକ ରେ ଜାତୀୟ ରାଜପଥ ୨୬ କୁ ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ ଅବରୋଧ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି।ଜଳସେଚନ ପାଇଁ ଚାଷି ସଙ୍ଗଠନ ପକ୍ଷରୁ ଉପଖଣ୍ଡ ଜିଲ୍ଲା ପ୍ରଶାସନ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ଙ୍କ ସହିତ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିବାରୁ ଚାଷି ଆନ୍ଦୋଳନ ମୁହାଁ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ପ୍ରାୟ ୧୮ କିମି ମେଗାଲିଫ୍ଟ କେନାଲ ଦ୍ୱାରା ଜୟପାଟଣା, କୋକସରା ବ୍ଲକ ଚାଷି ଙ୍କୁ ବିଗତ ୨ ବର୍ଷ ଧରି ରବି ଚାଷ ପାଇଁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ତେବେ ଚଳିତ ବର୍ଷ ଜଳଭଣ୍ଡାର ରେ ଜଳସ୍ତର ହ୍ରାସ ପାଇଥିବାରୁ ଜଳସେଚନ ବନ୍ଦ ପାଇଁ ମେଗାଲିଫ୍ଟ ପ୍ରକଳ୍ପ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ପ୍ରତିବାଦ କରି କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ର ଆବାହକ ଶିବ ପ୍ରସାଦ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଚାଷୀନେତା, ଜନ ପ୍ରତିନିଧି ଓ ଶତାଧିକ ଚାଷୀ ଏହି ରାସ୍ତା ଅବରୋଧ ଆନ୍ଦୋଳନ ରେ ସାମିଲ ହୋଇ ମେଗାଲିଫ୍ଟ ରୁ ଜଳସେଚନ ଦାବି ପାଇଁ ଅଣ୍ଟା ଭିଡିଛନ୍ତି।

ଏଥିପାଇଁ ଡ଼ାକବାଜି ସାହାଯ୍ୟରେ ଚାଷି ଙ୍କୁ ଏକଜୁଟ ହୋଇ ପ୍ରତିବାଦ ରେ ହଜାର ହଜାର ସଂଖ୍ୟାରେ ଯୋଗଦେବାକୁ ଆହ୍ୱାନ କରାଯାଉଛି। ଜାତୀୟ ରାଜପଥ ଅବରୋଧ ହେଲେ ବରଗଡ଼ ରୁ ବୋରିଗୁମା ମଧ୍ୟରେ ଭବାନୀପାଟଣା ରୁ ଜୟପୁର, ମୁଖୀଗୁଡା ଗାଡି ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।