ମୋ ଟିଭି ଓଡିଶା / କଳାହାଣ୍ଡି : ୦୪/୦୮
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର l କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗ୍ରାମ ର ଜଣେ ଚାଷୀ ଡମ୍ବରୁ ଧର ମାଝୀ ଆଜି ସକାଳେ ନିଜ ଚାଷଜମି କୁ ଯାଉଥିବା ବେଳେ ପାଖ ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଗାଁ କୁ ଆସିଥିବା ୨ ଭାଲୁ ହଠାତ ଆକ୍ରମଣ କରିଥିଲେ l

କୌଣସି ପ୍ରକାରେ ଭାଲୁ ହାବୁଡ଼ ରୁ ଖସି ଆସିବା ପରେ ପରିବାର ଲୋକେ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ l ପରେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି। ଏନେଇ ଆମପାଣି ଫରେଷ୍ଟ ସେକ୍ସନ ର ଫରେଷ୍ଟ ଗାର୍ଡଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁସାରେ ପୀଡିତ ଙ୍କୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।