MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସହାୟତା ଅପେକ୍ଷାରେ ବାପା,ପୁଅ ଅପସମାରୁ,ବାତ ରୋଗରେ ବାପା ଆଉ ପୁଅ ।


ଭାତ ଲୁଣ ଲଙ୍କା ଶାଗ ଖାଇ ବିତୁଛି ଜୀବନ


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ) :


କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ପଡିକିଆ ସାହିରେ ରୁହନ୍ତି ରାସା ପ୍ରଧାନ(୫୭) ନିଜର ଛଅ ଜଣ ସନ୍ତାନ ସହିତ ପତ୍ନୀ ସିଣନ୍ତି ପ୍ରଧାନ ହେଲେ ରାସା ପ୍ରଧାନଙ୍କ ପାଞ୍ଚ ଜଣ ଝିଅ ହୋଇଥିବା ବେଳେ ଗୋଟିଏ ମାତ୍ର ପୁଅ ଉତ୍କଳ ପ୍ରଧାନ,୨୨ ବର୍ଷ ସେ ପାଞ୍ଚ ବର୍ଷ ବୟସରୁ ଅପସମାରୁ ରୋଗରେ ପୀଡିତ ଏମିତିକି ସ୍କୁଲ ରେ ନାମ ଲେଖା ହେଲା କିନ୍ତୁ ଦେହରେ ରୋଗ ଥିବା କାରଣରୁ ସ୍କୁଲ ଯିବା ବି ବନ୍ଦ ହୋଇଯାଇଥିଲା ସେବେ ଠାରୁ ଉତ୍କଳ ବଞ୍ଚିଛି ସତ କିନ୍ତୁ ଦେଶ ଦୁନିଆ ବିଷୟରେ କିଛିବି ଜାଣିନି ୨୨ ବର୍ଷର ଭେଣ୍ଡିଆ ପୁଅ ଏବେବି ସାତ ଆଠ ବର୍ଷ ପିଲା ପରି ଚଳୁଛି ,ସେପଟେ ବାପା ରାସା ପ୍ରଧାନ ପାଞ୍ଚ ବର୍ଷ ହେବ ବାତ ରୋଗରେ ପୀଡିତ ପରିବାର ରୋଜୋଗାର କ୍ଷମ ଥିଲେ ରାସା l


ରୋଗରେ ପଡିବା ଦିନ ଠାରୁ ନା ସେଠିକସେ ଚାଲି ପାରୁଛନ୍ତି ନା କୌଣସି କାମ ଘର ଦୁଆରେ ବସି ସୋଇ ବିତୁଛି ଜୀବନ ଛଅ ଗୋଟି ଛୁଆଙ୍କ ମଧ୍ୟରୁ ଦୁଇଗୋଟି ଝିଅ ବିବାହ କରି ସାରିଥିବା ବେଳେ ଏବେ ରହୁଛନ୍ତି ପରିବାରରେ ଛଅ ଜଣ ସଦଶ୍ୟ ହେଲେ ସମସ୍ତର ରାସନ କର୍ଡ଼ ଥିବାରୁ ମାସକୁ ୩୦ କେଜି ଚାଉଳ ମିଳି ଯାଉଛି ହେଲେ ଚଳିବା ପାଇଁ ରୋଜଗାର କରିବା ପାଇଁ କେହି ନାହାନ୍ତି ପତ୍ନୀ ସିଣନ୍ତି ପ୍ରଧାନ ପର ଦୁଆରେ ମୂଲ ଲାଗି ଯେତିକି ରୋଜଗାର କରନ୍ତି ସ୍ୱାମୀ, ପୁଅ ର ମାସିକ ମେଡ଼ିସିନ ଖର୍ଚ୍ଚ ପାଇଁ ହେଉନି ଏଭଳି ପରିସ୍ଥିରେ ବଞ୍ଚୁଛନ୍ତି ରାସା ର ପରିବାର ଘରେ ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ ବାରମ୍ବାର ପଞ୍ଚାୟତ, ବ୍ଲକ କୁ ଦୌଡ଼ି ଦୌଡ଼ି ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ପାରିଲାନି ।

ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ ଏନେଇ ଆମେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ପଚାରି ବାରୁ ସେ ଏବିଷୟରେ ଜାଣିନଥିବା କହିବା ସହିତ ଆମଠାରୁ ଶୁଣିଲେ ବୋଲି କହିଛିନ୍ତି ଏପଟେ ରାସାଙ୍କ ପତ୍ନୀ ସିଣନ୍ତି ପ୍ରଧାନ ବାରମ୍ବାର ଅଭିଯୋଗ କରିଥିବା କହିଥିବା ବେଳେ ଜନ ପ୍ରତିନିଧିଙ୍କ ଅବହେଳା ପାଇଁ ଆଜି ଗୋଟିଏ ପରିବାର ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି।ତୁରନ୍ତ ରାସାର ପରିବାରକୁ ସହାୟତା ଯୋଗାଇଦେବା ପାଇଁ ପଡିକିଆ ସାହିର ଜନସାଧାରଣ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।