February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁଅ ଆଖିରେ ଦୁନିଆ ଦେଖୁଛନ୍ତି ବାପା, ପାଞ୍ଚ ବର୍ଷର ପୁଅ ସାଜିଛି ଅନ୍ଧର ଲଉଡ଼ି।


ମୋଟିଭି ଓଡିଶା : କଳାହାଣ୍ଡି(ସନତ ପ୍ରଧାନୀ)୩୧/୦୫ :
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଲସର୍ଗି ଗ୍ରାମର ଫୁଲଧର ହଂସ। ଏକ ଦୁଃସାଧ୍ୟ ରୋଗରେ ପୀଡିତ ହୋଇ ଦୀର୍ଘ ବର୍ଷ ହେଲା ଦୃଷ୍ଟି ଶକ୍ତି ହରାଇ ଥିବା ବେଳେ ଗତ ପାଞ୍ଚ ବର୍ଷ ହେଲା ସେ ତାଙ୍କ ସ୍ତ୍ରୀ ଙ୍କୁ ମଧ୍ୟ ହରେଇଛନ୍ତି । ଦୁଇ ଝିଅ ତୋଫାନି(୧୦) ଓ ନନ୍ଦିନୀ(୭),ପୁଅ ପ୍ରତାପ (୫)କୁ ନେଇ ତାଙ୍କ ସଂସାର ।ସ୍ତ୍ରୀ ଥିଲା ବେକେ ମୂଳଖଟି ପରିବାର ପ୍ରତିପୋଷଣ ହେଉଥିଲା।ସ୍ତ୍ରୀ ଚାଲିଗଲା ବେଳୁ କେବଳ ଭତ୍ତା ଟଙ୍କା ଓ ମାଗଣା ଚାଉଳ ହି ବଞ୍ଚିବା ପାଇଁ ଆଶା ଓ ଭରଷା । ଦୃଷ୍ଟିଶକ୍ତି ହୀନ ହୋଇ ଥିବାରୁ ସେ ରୋଜଗାର କରିବାରେ ଅକ୍ଷମ। କିନ୍ତୁ ପରିସ୍ଥିତି ର ପ୍ରତାଡନା ରେ ତାଙ୍କୁ ଘରୁ ବାହାରକୁ ମୂଳ ଖଟିବା ପାଇଁ ବାହାରିବାକୁ ପଡିଥାଏ। ନିଜେ ରାସ୍ତା ଦେଖିବାରେ ଅସମର୍ଥ ତେଣୁ ନିଜ ପାଞ୍ଚ ବର୍ଷ ର ପୁଅ ସମ୍ଭାଳିଛି ତାଙ୍କ ଅନ୍ଧ ର ଲଉଡି। ସେ ଘର ଘର କୁ ପହଞ୍ଚାଇ ଦିଏ ନିଜ ବାପା ଙ୍କୁ ଓ ମୂଳ ଖଟିବା ସମୟ ପରେ ଘରକୁ ନେଇ ଆସେ । କେବଳ ମୂଳ ପାଇଁ ନୁହେଁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ , ଭତ୍ତା ପାଇଁ ପଞ୍ଚାୟତ ତଥା ପରିବା ସଉଦା ପାଇଁ ବଜାର କୁ ଟାଣ ଖରା ରେ ମଧ୍ୟନିଜ ବାପା କୁ ଲଉଡି ଧରି ନେଇ ଯାଉଥିବା ଦେଖିବାକୁ ମିଳେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଘରୁ ବାହାର କୁ ବାହାରି ହେଉ ନଥିବା ବେଳେ ଛୋଟ କୋମଲମତି ଶିଶୁ ଟିଏ ତାଙ୍କୁ ବାଟ ଦେଖାଇ ନେଉଥିବା ଦୃଶ୍ୟ ଦେଖଣାହାରୀଙ୍କୁ ସ୍ତବ୍ଧ କରିଦିଏ। ଏହି ଘଟଣା କୁ ଧର୍ମଗଡ଼ ବିଡ଼ିଓ ଶରତ ପାତ୍ରଙ୍କୁ ଅବଗତ କରାଯିବା ପରେ ସଂପୃକ୍ତ ବ୍ୟକ୍ତି ଘରକୁ ନିଜେ ଯାଇ ତାଙ୍କୁ ସାକ୍ଷାତ କରିବି ବୋଲି କହିଥିଲେ। ଦୃଷ୍ଟି ବାଧିତ ବ୍ୟକ୍ତି ଙ୍କ ପରିବାର କୁ ପ୍ରଶାସନ ତରଫ ରୁ ଯଥୋଚିତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।