ଲ୍ୟାଣ୍ଡଫଲ ପରେ ତାମିଲନାଡୁରେ ତାଣ୍ଡବ ରଚିଛି ବାତ୍ୟା ‘ଫେଙ୍ଗାଲ’ । ଗତକାଲି ପୁଡୁଚେରୀ କରାଇକାଲ ଓ ତାମିଲନାଡୁର ମହାବଳୀପୁରମ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା । ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏକା କ୍ରମଶଃ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ କହିଛି । ପ୍ରବଳ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ବନ୍ଧୀ ସମସ୍ୟା ଉପୁଜିଛି । ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ବାତ୍ୟା ପ୍ରଭାବରେ ପୁଡୁଚେରୀ ସର୍ବାଧିକ ୪୬ ସେମି ବର୍ଷା ରେକର୍ଡ କରାଯାଇଛି । ବାତତ୍ୟା ପରେ ପୁଡୁଚେରୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଆଡେ ଦେଖିଲେ ଖାଲି ପାଣି ହିଁ ପାଣି । ଭାରତୀୟ ଯବାନ ମାଧ୍ୟ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ବାଲାଚନ୍ଦ୍ରନ କହିଛନ୍ତି ଯେ. ବାତ୍ୟା ‘ଫେଙ୍ଗାଲ୍’ ଶନିବାର ସନ୍ଧ୍ୟା ୫. ୩୦ ସମୟରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଥିଲା । ରାତି ୧୦. ୩୦ ରୁ ୧୧. ୩୦ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିଲା । ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି ଉତ୍ତର ଉପକୂଳ ତାମିଲନାଡୁ ଏବଂ ପୁଡୁଚେରୀରରେ ଦୁର୍ବଳ ବାତ୍ୟାରେ ପରିଣତ ହେବ । ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାର ମେଲାମରେ ଶନିବାର ସକାଳ ୮. ୩୦ ରୁ ରବିବାର ସକାଳ ପର୍ଯ୍ୟନ୍ତ ୫୦ ସେମି ବର୍ଷା ହୋଇଥିବାବେଳେ ପୁଡୁଚେରୀରେ ୪୬ ସେମି ବର୍ଷା ରେକର୍ଡ କରାଯାଇଛି । ପୁଡୁଚେରୀରେ ଏହା ସର୍ବାଧିକ ବର୍ଷା | ଅକ୍ଟୋବର ୩୧, ୨୦୦୪ ରେ ଏଠାରେ ୨୧ ସେମି ବର୍ଷା ହୋଇଥିଲା ।
ବାତ୍ୟା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚେନ୍ନାଇରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୁଥିଆଲପେଟର ଏକ ଏଟିଏମ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉତ୍ତରପ୍ରଦେଶର ବାସିନ୍ଦା ଚନ୍ଦନଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି ।
ମୋ ଟିଭି ଓଡିଶା ବ୍ୟୁରୋ
More Stories
ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।