ମୋଟିଭି ଓଡିଶା : ରିପୋର୍ଟ – ସୋର : ୧୦/୦୫ : ସୋର ପୌରପାଳିକା ୧୦ ନଂ ୱାର୍ଡର ଶ୍ରୀଧର ପାତ୍ରୀଙ୍କ ବାସଭବନରେ ଚଉରା ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ ମହୁମାଛି ଆକ୍ରମଣ କରିଥିଲେ।
ମହୁମାଛି ଆକ୍ରମଣରେ ଏହି ଚଉରା ପ୍ରତିଷ୍ଠାରେ ଯୋଗ ଦେବାକୁ ଆସିଥିବା ଆଦର୍ଶ ଯୁବ ପରିଷଦର ୧୫ ଜଣ ସଦସ୍ୟଙ୍କ ସମେତ ପୂଜାରେ ବସିଥିବା ବ୍ରାହ୍ମଣ ଓ କର୍ତ୍ତା ଶ୍ରୀଧର ପତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତ ମାନେ ହେଲେ ଶ୍ରୀଧର ପତ୍ରି, ସଞ୍ଜୟ ନାୟକ, ପୃଥିବୀ ବେହେରା , ରଜତ ବେହେରା, ଚନ୍ଦନ ଜେନା, ସୁବାଷ ବେହେରା, ଅଜିତ ବେହେରା, ଯଦୁନାଥ ଧଡ଼ା।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ