February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପନ୍ଦର ବର୍ଷ ବିତିଗଲାଣି ପଚାରୁନାହାନ୍ତି ସ୍ୱାମୀ ଏକୁଟିଆ ନିଜର ତିନି ଛୁଆ ଏବଂ ବୁଢ଼ୀ ମାକୁ ଧରି ଚଳୁଛନ୍ତି ତୁଳସୀ ।


ଦାରିଙ୍ଗବାଡ଼ି,ମୋଟିଭି ଓଡିଶା ୩୧/୫ :(ସୁଶାନ୍ତ କୁମାର ସାହୁ)
ସ୍ତ୍ରୀ ସୁଖ ସରିଗଲା ପରେ ତିନି ସନ୍ତାନ କୁ ଜନ୍ମ ଦେଇ ସ୍ତ୍ରୀ କୁ ଛାଡି ଚାଲିଗଲା ସ୍ୱାମୀ ,ଜଳେଶ୍ବର । ଏବେ ପର ମହିଳା ଉପରେ ସ୍ୱାମୀଙ୍କ ନଜର ଏପଟେ ସ୍ତ୍ରୀ ତୁଳସୀ ,ବଡ଼ପୁଅ ଜୋତିରଞ୍ଜନ ପ୍ରଦାନ ,ମଝିଆ ପୁଅ ଚନ୍ଦନ ପ୍ରଧାନ,ଏବଂ ସାନଝିଅ ଅମ୍ବିକା ପ୍ରଧାନ ଏବେ ମା ତୁଳସୀ ଉପରେ ଭରସା, ତୁଳସୀ ନିଜର ବୁଢ଼ୀ ମା ଏବଂ ତିନି ଛୁଆଙ୍କୁ ଧରି ଏକ ଛାଟି ମାଟି ଘରେ ରହୁଥିବା ବେଳେ । ଚାରି ଜଣ ଏବେ ଜଣଙ୍କ ମୁଣ୍ଡରେ ବୋଝ ।

ସରକାରଙ୍କ ତରଫରୁ ପରିବାର ସଦଶ୍ୟଙ୍କୁ ଜଣଙ୍କ ପିଛା ୫ କିଲୋ ଚାଉଳ ମିଳୁଥିବା ବେଳେ ସ୍ୱାମୀ ଛଡା ପତ୍ନୀଙ୍କୁ ଭତା ମିଳୁନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ହେଲେ ତୁଳସୀଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ତୁଳସୀଙ୍କ ମାଙ୍କ ବୟସ ୭୯ ବୟସ ସେପଟେ ବଡ଼ପୁଅ ଜୋତିରଞ୍ଜନଙ୍କ ବୟସ ୧୮,ମାଛିଆ ପୁଅ ବୟସ ୧୬ ବର୍ଷ ଏବଂ ଝିଅ ଏଭଳି ଅବସ୍ଥାରେ ରହୁଛନ୍ତି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ୧୦ ନମ୍ବର ୱ।ଡ଼ରେ ଥିବା କଡାଗାବାଲି ଗ୍ରାମର ଚାଷ କାମ କରିବା ସହିତ କାମ ମିଳିଲେ ଦିନ ମଜୁରୀ କରି ଚଳୁଛନ୍ତି ତୁଳସୀ । ହେଲେ ବାରମ୍ବାର ସ୍ଥାନୀୟ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ,ଏବଂ ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କୁ ଜଣାଇବା ସହିତ ବିଡ଼ିଓଙ୍କୁ ଜଣାଇବାପରେ କୌଣସୀ ସହାୟତା ମିଳି ପାରୁନାହିଁ । ତୁଳସୀଙ୍କୁ ତେବେ କେବେ ମିଳିବ ସହାୟତା ।ଏପେଟେ ଗ୍ରାମବାସୀଙ୍କ ଦାବି ତୁରନ୍ତ ତୁଳସୀଙ୍କୁ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।