ସୁନ୍ଦରଗଡ଼ : ୨୯/୦୪ : ଆଜି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ସୁନ୍ଦରଗଡ଼ ସଦର ବିଧାନ ସଭା ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର ରବିନାରାୟଣ ସାହୁଙ୍କ ନିକଟରେ ଦେବେନ୍ଦ୍ର କୁମାର ଭିତ୍ରିଆ ସ୍ୱାଧୀନ ଭାବେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିବା ସହ ସତ୍ୟ ପାଠ ମଧ୍ୟ ଦାଖଲ କରିଛନ୍ତି। ସେ ସୁନ୍ଦରଗଡ଼ର ସର୍ବାଙ୍ଗୀନ ଉନ୍ନତ୍ତି କରିବା ଓ ସୁନ୍ଦରଗଡ଼ରେ ଥିବା ଦୁଇଟି ପ୍ରମୁଖ ସମସ୍ୟାର ସମାଧାନ କରିବା ପାଇଁ ଐକିକ ନିଷ୍ପତ୍ତି ନେଇ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗତ ୧୫ ବର୍ଷ ମଧ୍ୟରେ ଯେଉଁ ନେତା ମାନେ ସୁନ୍ଦଗଡ଼ର ବିଧାୟକ ଭାବେ ପ୍ରତିନିଧିତ୍ବ କରି ସମାଜ ତଥା ସୁନ୍ଦରଗଡ଼ ପାଇଁ କରିଥିବା କାର୍ଯ୍ୟକୁ ନେଇ ସେ ଲୋକଙ୍କ ପାଖରେ ପହଞ୍ଚିବା ସହ ଲୋକେ ଯଦି ତାଙ୍କୁ ଆଶୀର୍ବାଦ କରନ୍ତି ତେବେ ସେ ସୁନ୍ଦରଗଡ଼ର ଥିବା ପ୍ରମୁଖ ସମସ୍ୟା ଗୁଡ଼ିକ ବିଧାନ ସଭାରେ ଉପସ୍ଥାପନ କରି ତାର ସମାଧାନ କରିବେ ବୋଲି କହିଛନ୍ତି । ତେବେ ସାଧାରଣ ଜନତା ଦୁଇ ପ୍ରମୁଖ ଦଳର ନେତାଙ୍କ ଉପରେ ଆସ୍ଥା ରଖି ପାରୁ ନ ଥିବାରୁ ଏକ ବିକଳ୍ପ ନେତାର ଆବଶ୍ୟକତା ଦରକାର ଭାବି ତାଙ୍କୁ ପ୍ରୋତ୍ସାହନ ଦେଇଥିବା କଥା ସେ କହିଛନ୍ତି । ଦେବେନ୍ଦ୍ର ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବା ସହ ତାଙ୍କର କିଛି ସମର୍ଥକଙ୍କୁ ନେଇ ଡୋର ଟୋ ଡୋର ପ୍ରଚାର ଆରମ୍ଭ କରିଛନ୍ତି ।
ସୁନ୍ଦରଗଡ଼ ସଦର ବିଧାନ ସଭା ସେଗମେଣ୍ଟ ପାଇଁ ଆଜି ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ…

More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।