ଇଭି ଶୋ’ ରୁମରେ ଅଗ୍ନିକାଣ୍ଡ । ଜଳିଗଲା ଏକାଧିକ ଗାଡ଼ି । ଗଞ୍ଜାମ ଜିଲ୍ଲା ଟାଉନ୍ ଥାନା ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଇଭି ଶୋ’ ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛି । ସକାଳୁ ଶୋ’ ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଇଭି ଶୋ’ ରୁମର ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୨ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଦୁଇ ମହଲା କୋଠାରେ ଇଭି ଶୋ’ ରୁମ କରାଯାଇଥିଲା। ନିଆଁ ଲାଗିବା ପରେ ତଳ ମହଲାରୁ ଗାଡ଼ି ଗୁଡ଼ିକ ବାହାର କରି ଦିଆଯାଇଥିବା ବେଳେ ଉପର ମହଲାରେ ଗାଡ଼ି ଗୁଡ଼ିକ ରହିଛି। ତେବେ ସର୍ଟସର୍କିଟରୁ ଶୋ’ ରୁମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ମୋ ଟିଭି ଓଡିଶା, ଗଞ୍ଜାମ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।