MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଘେରାଉ, ଦାବି ପୂରଣ ନହେଲେ ଦ୍ୱିତୀୟ ଥର ପାଇଁ ଭୋଟ ବର୍ଜନ ଚେତାବନୀ l


କନ୍ଧମାଳ : ୨୨/୦୪ : ସଞ୍ଜୟ ପାଣିଗ୍ରାହୀ : ରାସନ ସାମଗ୍ରୀ ଯୋଗାଣ ନେଇ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳକୁ ଘେରାଉ କଲେ ଉତ୍ତ୍ଯକ୍ତ ଲୋକେ। ଫିରିଙ୍ଗିଆ ବ୍ଲକର ସୁମେର ବନ୍ଧ ପଞ୍ଚାୟତ ଅଧୀନରେ ଥୂବା ଦୁଇଟି ୱାର୍ଡ ଦଶ ଓ ଏଗାର ଅଧୀନରେ ଥିବା ବଜେଡି, ରିବିଲଦା, ଗାଗଡ଼ ପଦର, କଡାଉ, ସୁଫୁଲା ଓ ଡଙ୍ଗରି ସାହିର ଶତାଧିକ ବାସିନ୍ଦା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଲୋକେ ବ୍ଲକ ଘେରାଉ କରିବା ସହ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ସୁମେର ବନ୍ଧ ପଞ୍ଚାୟତର ଦୁଇଟି ୱାର୍ଡ ର ପ୍ରାୟ ଦୁଇଶହ ରୁ ଅଧୂକ ପରିବାର ପୂର୍ବରୁ ସାଡୀଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ବେଳେ ରାସନ ସାମଗ୍ରୀ ଆଣିବା ପାଇଁ ତାଙ୍କୁ ସାଡୀଙ୍ଗିଆ ପଞ୍ଚାୟତ ପାଖ ହେଉଥିଲା । କିନ୍ତୁ ବର୍ତ୍ତମାନ ଏମାନଙ୍କୁ ପଞ୍ଚାୟତ ବିଭାଜନ ହେବାପରେ ସୁମେର ବନ୍ଧ ପଞ୍ଚାୟତ ରେ ସାମିଲ କରାଯାଇଛି ।

ଦୀର୍ଘଦିନ ଧରି ଏହି ଦୁଇଟି ୱାର୍ଡ ର ବାସିନ୍ଦାମାନେ ସାଡୀଙ୍ଗିଆ ପଞ୍ଚାୟତ ରେ ସାମିଲ ହେବାପାଇଁ ବାରମ୍ବାର ଦାବୀ ମଧ୍ୟ ରଖି ଆସୁଥ‌ିବା ବେଳେ ବିଗତ ଦିନରେ ଏହି ଦାଵୀ ପାଇଁ ଭୋଟ ମଧ୍ୟ ବର୍ଜନ କରିସାରିଛନ୍ତି । ଆଗାମୀ ଦିନରେ ଯଦି ସରକାର ଗ୍ରହଣ କରି ପୁନର୍ବିଚାର ନକରନ୍ତି ତାହେଲେ ପୁଣି ଥରେ ଏହି ୱାର୍ଡ ର ବାସିନ୍ଦା ମାନେ ଆଗାମୀ ସାଧାରଣ ନିର୍ବାଚନରେ ଅସହଯୋଗ କରିବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ୱାର୍ଡ ବାସିନ୍ଦା ଙ୍କ ଏହି ସମସ୍ୟା ବିଷୟରେ ଫିରିଙ୍ଗିଆ ବିଡ଼ିଓ ଙ୍କୁ ପଚାରିବରୁ ସେ କହିଛନ୍ତି, ଯେ, ବର୍ତ୍ତମାନ ସେମାନେ ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ରେ ପିଡ଼ିଏସ ସାମଗ୍ରୀ ପାଉଛନ୍ତି । ଯଦି ସେମାନେ ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ରୁ ପିଡ଼ିଏସ କିମ୍ବା ଭତ୍ତା ପାଇବକୁ ଚାହୁଁଛନ୍ତି, ତାହେଲେ ସେମାନଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।