January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭାରତରେ ଏଚଏନପିଭିର ପ୍ରଥମ ମାମଲା ଚିହ୍ନଟ ।

ବେଙ୍ଗାଲୁରୁରୁ ଚିହ୍ନଟ ହେଲା ଏଚଏମପିଭି ଭୂତାଣୁ । ୮ ମାସର ଶିଶୁ ପଜିଟିଭ୍ ଚିହ୍ନଟ । ଭାରତରେ ପହଞ୍ଚିଛି ଚାଇନାର ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ ବା ଏଚ୍‌ଏମ୍‌ପିଭି । ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ଏଚଏମପିଭି ଭାଇରସ୍ ପାଇଁ ବଢିବାରେ ଲାଗିଛି ଶ୍ୱାସକ୍ରିୟା ଜନିତ ଅସୁସ୍ଥତା । ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗତ ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଥିଲା ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଏଚ୍‌ଏମ୍‌ପିଭି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ବଢିବାରେ ଲାଗିଛି l

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news