February 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଲରାପତରିଆ ବାଘ ଆକ୍ରମଣରେ ୫ ସମେତ ଫରେଷ୍ଟର ଗୁରୁତର।

ମୋଟିଭି ଓଡିଶା / ବାଲେଶ୍ୱର :

ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ, ୫ ଜଣ ସମେତ ଫରେଷ୍ଟରଗୁରୁତର ଅବସ୍ଥାରେ ଆହାତ ହୋଇ ମେଡ଼ିକାଲରେ ଭର୍ତ୍ତି। ଆଜି ମଧ୍ୟାହ୍ନ ସମୟରେ ଖଇରା ଦମକଳ ନିକଟସ୍ଥ ଗଡ଼ ଗ୍ରାମରେ କଲରା ପାତିଆ ବାଘର ଆକ୍ରମଣରେ ଜଣେ ମହିଳାଙ୍କ ସମେତ୫ ଜଣ ପୁରୁଷ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ଆହାତ ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦) ହୋଇ ଥିବାବେଳେ ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି । ତେବେ ସତ୍ୟଭାମା ନିଜ ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ ସେ ଚିତ୍କାର କରିବାରୁ ନିକଟରେ ଥିବା ତାଙ୍କ ପୁଅ ଓ ସ୍ୱାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବାଘଟି ସେଠାରୁ ଗର୍ଜନକରି ଗ୍ରାମ ମଧ୍ୟକୁ ପ୍ରବେଶ କରି ଥିଲା। ପରେ ଗ୍ରାମବାସୀ ଏକତ୍ର ହୋଇ ବାଘଟିକୁ ଗୋଡ଼ାଇବାକୁ ପ୍ରୟାସ କରିବାରୁ ବାଘଟି କେଉଁଠାରେ ଲୋଚି ଯାଇଥିଲା। ପରେ ଗ୍ରାମରେ ବନ ବିଭାଗର କର୍ମଚାରୀ ପହଂଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜୁ ଥିଲେ।

ଏହି ସମୟରେ ବାଘଟି ଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକ(୨୦)କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କରଧର କେସି (୫୫) ଓ ରାଧାକାନ୍ତ ନାୟକ(୨୦) ଉପରକୁ ଆକ୍ରମଣ କରି ପୁନର୍ବାର କୌଣସି ବୁଦାମୂଳରେ ଲୋଚି ଯାଇଛି। ଏବେ ଗ୍ରାମରେ ଭୟ ଓ ଆତଙ୍କ ଖେଳି ଥିବାବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ଜୋରଦାର ପ୍ରୟାସ ଚଳାଇଛନ୍ତି।ସେହିପରି ଅର୍ଜୁନପୁର ଗ୍ରାମର ପ୍ରଫୁଲ୍ଲ ଦାସ ,କଡମିଆଁ ଗ୍ରାମର ନିରଞ୍ଜନ ମୁଖୀ ଓ ଔପଦା ଫରେଷ୍ଟର କିଶୋର ଭୂୟାଁ କୁ ଆକ୍ରମଣ ଯୋଗୁଁଗୁରୁତର ହୋଇପଡ଼ିଛନ୍ତି । ଶାରିଶୁଆପାହାଡ଼ରେ ବେଆଇନ ବ୍ଳାଷ୍ଟିଂ ଯୋଗୁଁ ହରିଣ ଓ ବାଘ ଜନଵସତି କୁ ପଶି ଆସି ଧନଜୀବନ ହାନିକରୁଛନ୍ତି ବୋଲିଅଭିଯୋଗ ହେଉଛି ।କଲରାପତରିଆ ବାଘ ଜନ ବସତି ପଳେଇଆସିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।