MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ପୋଲିସ ପକ୍ଷରୁ ଲଡୁଗାଁ ଠାରେ ଫ୍ଳାଗ୍ ମାର୍ଚ୍ଚ।

କଳାହାଣ୍ଡି:୧୫/୦୪ : ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୋମବାର କୋକସରା ପୋଲିସ ପକ୍ଷରୁ ଲଡୁଗାଁ ସହର ରେ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି। ଥାନା ଅଧିକାରଣୀ ରନିତା ପ୍ରଧାନ ଙ୍କ ନେତୃତ୍ଵରେ ସିଆରପିଏଫ ଯବାନ ଓ କୋକସରା ପୋଲିସ କର୍ମଚାରୀ ମାନେ ଲଡୁଗାଁ ଅଞ୍ଚଳରେ ରେ ଫ୍ଳାଗ୍ ମାର୍ଚ୍ଚ ପ୍ରଦର୍ଶିତ କରି ଜନ ସାଧାରଣ ଙ୍କୁ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣ ଙ୍କୁ ସଚେତନ କରିଛନ୍ତି। ଏହି ଫ୍ଲାଗ ମାର୍ଚ୍ଚ ରେ କୋକସରା ଥାନା ଏସ.ଆଇ ହେମନ୍ତ ପାତ୍ର, ଅନୀଲ ପାଢ଼ୀ, ଏଏସଆଇ ମମତା ଶବର, ଉଷା ହରିଜନ, ଦାମୋଦର ନାଏକ, ସନ୍ତୋଷ ନାୟକ ଓ କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀ ସାମିଲ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।