MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିରାକାରପୁର ପୁଲିସ ପକ୍ଷରୁ ନିରାକାରପୁର ଆନା ଅଂଚଳର ବିଭିନ୍ନ ଜାଗାରେ ଫ୍ଲାଗ ମାର୍ଚ୍ଚ

ମୋଟିଭି ଓଡିଶା : ୨୦୨୪ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୁଲିସ ପକ୍ଷରୁ ନିରାକାରପୁର ଆନା ଅଂଚଳର ବିଭିନ୍ନ ଜାଗାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ନିରାକାରପୁର ନୂଆଗଡ ଓ ବଡପୋଖରୀଆ ପଂଚାୟତର ବିଭିନ୍ନ ଅଂଚଳରେ ପୁଲିସ ଅଧିକାରୀ, ସିଆରପିଏଫ କର୍ମଚାରୀଙ୍କ ସହ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ଫ୍ଲାଗ ମାର୍ଚ୍ଚରେ ଏସପି ଅଭିନାଶ କୁମାର, ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଆଇଆଇସି ବିଶ୍ୱଜିତ ରାଉତରାୟ, ଏସ ଆଇ ଅରବିନ୍ଦ ରାଉଳ, ଏସ ଆଇ ଦିପାଲୀସା ନାୟକ, ଏଏସଆଇ ତପନ କୁମାର ପ୍ରଧାନ, ଶ୍ରୀମତୀ ମଲ୍ଲିକ ଓ ଏଏସଆଇ ଶରତ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବର୍ଡର ଟାଙ୍ଗୀ ବ୍ଲକ ଲେଣ୍ଡୁ ଠାରେ ହୋଇଥିବା ଚେକ୍ ପୋଷ୍ଟ ପାଖକୁ ଯାଇ ତନଖି କରିଥିଲେ।ଆଗକୁ ଚେକିଂ ଓ ବ୍ଲକିଂ କୁ କଡାକଡି କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।