ମୋ ଟିଭି ଓଡିଶା / ସମ୍ବଲପୁର :
ସାଧାରଣ ନିର୍ବାଚନରେ ବିଜୟୀ ହୋଇ କେନ୍ଦ୍ରରେ ମନ୍ତ୍ରୀ ପଦ ବଜାୟ ରଖିବା ପରେ ଗତକାଲି (ଶନିବାର) ପ୍ରଥମ ଥର ପାଇଁ ନିଜ ଗୃହ ସଂସଦୀୟ କ୍ଷେତ୍ର ସମ୍ବଲପୁର ଗସ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ସେଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି କୃପା ଭିକ୍ଷା କରିଥିଲେ । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, ସମ୍ବଲପୁର ଜ୍ଞାନଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ l ସେ ଯେକୌଣସି ସମୟରେ ଯେକୌଣସି ଦାୟିତ୍ବରେ ଥିଲେ ମଧ୍ୟ ଏଥିପ୍ରତି ସର୍ବଦା ଚେଷ୍ଟିତ ରହିବେ । ସମ୍ବଲପୁରବାସୀ ତାଙ୍କୁ ନିର୍ବାଚିତ କରିଛନ୍ତି । ସେ ପ୍ରଥମେ ସମ୍ବଲପୁରର ସାଂସଦ । ସେ ତାଙ୍କର ଦାୟିତ୍ବ ଅବଶ୍ୟ ପୂରଣ କରିବେ । ଗତକାଲି ସଂଧ୍ୟାରେ ସେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି କାର୍ଯ୍ୟକର୍ତ୍ତା ଓ ଜନସାଧାରଣ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସହରର ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଯାଇଥିଲା ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।