ବନ ବିଭାଗ ଦ୍ଵାରା ବାଘନି ପାନୀରୁ ବିପୁଳ ପରିମାଣର ଶାଳ ଲଗ ଜବତ, ଦୁର୍ବୃତ୍ତ ମାନେ ଫେରାର, ବନ ବିଭାଗର ତଦନ୍ତ ଆରମ୍ଭ….
ଆଜି ଡିସେମ୍ବର 8 ତାରିଖ ରବିବାର ସକାଳ 6: 45 ମିନିଟ୍ ସମୟରେ ବନ ବିଭାଗ ଏହି କାଠ ସବୁ ଜବତ କରିଛି। ତେବେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ବନ ବିଭାଗ ଉପରକୁ ଲୋକେ ଅଙ୍ଗୁଳି ଉଠାଇଛନ୍ତି। ଏତେ ପରିମାଣର ଗଛ କଟା ଯାଇ ସେଥିରୁ ଅର୍ଦ୍ଧାଧିକ କାଠ ଚୋରି ହୋଇଥିବା ବେଳେ ବନ ବିଭାଗ କରୁଥିଲା କଣ ବୋଲି ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ହାତ ଥିବା କଥା ଲୋକେ କହୁଛନ୍ତି। ତେବେ ବନ ବିଭାଗ ଆଜି ସେହି ସବୁ କାଠ ଗଣ୍ଡି ଗୁଡ଼ିକୁ ଜବତ କରିବା ସହ ତଦନ୍ତ ଚାଲୁ ରଖିଥିବା କଥା ଜଣା ପଡିଛି। ତେବେ ଦୁର୍ବୃତ୍ତ ମାନେ ବହୁ ଗଛ କାଟିବା ସହ ବହୁ ପରିମାଣର କାଠ ନେଇଯିବା ପରେ ବନ ବିଭାଗ ସେହିଠାରେ ପହଞ୍ଚିଛି।
ସୁନ୍ଦରଗଡ଼ରୁ ଦେବେନ୍ଦ୍ର କୁମାର ଭିତ୍ରିଆ ଙ୍କ ରିପୋର୍ଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।