February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆମେରିକା କାଲିଫର୍ଣ୍ଣିଆରେ ବ୍ୟାପୁଛି ଜଙ୍ଗଲ ନିଆଁ ।

ଲସ୍ ଆଞ୍ଜେଲସର ଆଉ ୨ ଜଙ୍ଗଲକୁ ବ୍ୟାପିଲା ନିଆଁ । ନିଆଁରେ ପୋଡ଼ି ଆଉ ୨ଜଣଙ୍କ ମୃତୁ୍ୟ । ମୃତୁ୍ୟସଂଖ୍ୟା ୧୩କୁ ବୃଦ୍ଧି ହୋଇଛି । ୧ଲକ୍ଷରୁ ଅଧିକ ଲୋକ ଘର ଛାଡ଼ି ସାରିଲେଣି । ସହରର ଅନେକ ଅଂଶ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଜନବସତିକୁ ମଧ୍ୟ ମାଡିଗଲାଣି। ଖାଲି ସେତିକି ନୁହେଁ, ପ୍ରସିଦ୍ଧ ହଲିଉଡ ହିଲ୍ସ ବି ନିଆଁରେ ଜଳୁଛି। ଅନେକ ସେଲିବ୍ରିଟିଙ୍କ ଘର ଜଳି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଲୋକ ଏବେ ବାସହରା।

ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନି। ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡରେ ୧୦ ହଜାର କୋଠା ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ପ୍ରବଳ ପବନ ଯୋଗୁଁ ନିଆଁର ପ୍ରକୋପ ବୃଦ୍ଧି ପାଉଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି।

ବ୍ୟୁରୋ ରିପୋର୍ଟ, ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।